Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କାମ ଦେଉନି ଇମ୍ରାନଙ୍କ କାଶ୍ମୀର କାନ୍ଦଣା -ସହାନୁଭୁତି ଗୋଟାଇବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ

24/09/2019 at 6:03 PM

ନ୍ୟୁୟର୍କ – ନୃଶଂସ ଆତଙ୍କୀ ସଂଗଠନ ଅଲକାଏଦାକୁ ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରଶିକ୍ଷଣ ଦେଇଥିଲା ବୋଲି ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏକଥା କହିବା ବେଳେ ଏମିତି ବି କହୁଛନ୍ତି ୯/୧୧ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଆମେରିକାର ଲଢେଇରେ ସାମିଲ ହେବା ପାକିସ୍ତାନର ବଡ ଭୁଲ ଥିଲା । ନ୍ୟୁୟର୍କରେ ଇମ୍ରାନଙ୍କ କାଶ୍ମୀର କାନ୍ଦଣା କାମ ଦେଉନଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ସାକ୍ଷାତ କରିବେ ମୋଦି।

ଯାହା ଭାରତ ବର୍ଷ ବର୍ଷ ଧରି କହି ଆସୁଥିଲା, ଆଉ ଫାଙ୍କି ଆସୁଥିଲା ପାକିସ୍ତାନ ଏବେ ତାହା ସ୍ବୀକାର କଲେ ପାକ୍ ପ୍ରଧାନମନ୍ତ୍ରୀ । ନୃଶଂସ ଆତଙ୍କୀ ସଂଗଠନ ଅଲକାଏଦାକୁ ତାଲିମ ଦେଇଥିଲେ ପାକ୍ ସେନା ଓ ଆଇଏସଆଇ। ଆମେରିକା ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଫରେନ୍ ରିଲେସନ୍ସକୁ ସାକ୍ଷାତକାରରେ ଏଭଳି ବୟାନ ଦେଇଛନ୍ତି ଇମ୍ରାନ । ଆଉ ଇମ୍ରାନ ଏୟା ବି କହିଛନ୍ତି ୯/୧୧ ପରେ ଆତଙ୍କବାଦ ବିରୋଧରେ ଆମେରିକାର ଲଢେଇରେ ପାକିସ୍ତାନ ସାମିଲ ହେବା ବଡ ଭୁଲ ଥିଲା । ପାକିସ୍ତାନ ସେତେବେଳେ ନିରପେକ୍ଷ ରହିବାର ଥିଲା।

ନ୍ୟୁୟର୍କରେ ଇମ୍ରାନଙ୍କ କାଶ୍ମୀର କାନ୍ଦଣା କାମ କରୁନି। କାରଣ ହେଉଛି ପାକିସ୍ତାନ ଏମିତି ସ୍ଥିତିକୁ ଆସିଛି ଯେଉଁଠି ଅନ୍ୟଦେଶ ପାକିସ୍ତାନକୁ ବିଶ୍ବାସ ହିଁ କରୁନାହାନ୍ତି। ଆତଙ୍କୀ ସଂଗଠନକୁ ପାକ୍ ପୂର୍ବ ସରକାରମାନେ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେଇଥିବା କହି ଆନ୍ତର୍ଜାତିକ ସମୁଦାୟର ସହାନୁଭୁତି ଗୋଟାଇବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ। ଯେଉଁଥିରେ ଅକଳରେ ପଡ଼ିଲାଣି ପାକ୍ ସେନା।

ଏପଟେ ଆତଙ୍କବାଦ ମୂଳୋତ୍ପାଟନ ଆଭିମୁଖ୍ୟରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଦିନକୁ ଦିନ ବଢୁଛି ଘନିଷ୍ଠତା । ଆଉ କେଇ ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ।ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବା ସମ୍ଭାବନା ରହିଛି ।ପୂର୍ବରୁ ଟ୍ରମ୍ପଙ୍କୁ ଜଣେ ଭଳ ବାର୍ଗେନର କହିଛନ୍ତି ମୋଦି। ଆଉ ମୋଦିଙ୍କୁ କାଶ୍ମୀର ପ୍ରସଙ୍ଗରେ ଖୁବ ଆଗ୍ରେସିଭ ବୋଲି କହିଛନ୍ତି ଟ୍ରମ୍ପ। ତେଣୁ ଏବେ ଯେଉଁ ଆଲୋଚନା ହେବ ତାହା ଉଭୟ ଦେଶର ମୁଲଚାଲ ନୀତିରେ ହେବା ଅନୁମାନ କରାଯାଉଛି।

ହାଓଡି ମୋଦି କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ମଧ୍ୟରେ ଦେଖାଦେଇଥିବା କେମେଷ୍ଟ୍ରି ଓ ଏନର୍ଜି ପରେ ଆମେରିକା-ଭାରତର ମଧ୍ୟରେ ସିନର୍ଜି ନୂଆ ଶିଖର ଛୁଇଁବ ବୋଲି ଆଶା ପୋଷଣ କରିଛନ୍ତି ଦୁଇ ଦେଶର ସାଧାରଣ ଜନତା ।

   Related Posts