ଚୀନ୍‌ ଉଇଘରରେ ମୁସଲିମ୍‌ଙ୍କ ସ୍ଥିତି ପ୍ରଶ୍ନର ଉତ୍ତରରେ ଫସିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ- ଦେଲେ ଏପରି ଉତ୍ତର

Published By : Prameya-News7 Bureau | January 17, 2020 IST

ଇସଲାମାବାଦ ୧୭।୦୧ - ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାରାନ୍‌ ଖାନ ଏକ ବିଦେଶୀ ଟିଭି ଚ୍ୟାନେଲ୍‌ରେ ନିଜର ମତ ରଖୁଥିଲେ । ସେ ଭାରତର ମୋଦି ସରକାରଙ୍କୁ ସମାଲୋଚନା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ନିଜେ ସେହି ଫାଶରେ ଫସିଯାଇଛନ୍ତି ।

{"id":212489,"sizeSlug":"large"}
PHOTO COURTESY-AP

ଜର୍ମାନର ଟିଭି ଚ୍ୟାନେଲ୍‌ ଡିଡବ୍ଲୁକୁ ସେ ଏକ ସାକ୍ଷାତକାର ଦେଉଥିଲେ । ଇରାନ୍‌ ସାଉଦୀ ସଂଘର୍ଷ ସହ ବିଭଇନ୍ନ ପ୍ରସଙ୍ଗରେ ନିଜର ତନ ରଖିଥିଲେ ।

ଚୀନ୍‌ର ଉଇଘରରେ ମୁସଲିମ୍‌ଙ୍କୁ ନଜର ବନ୍ଦ ରଖାଯିବା ସହ ଦୁଷ୍କର୍ମ କରାଯାଉଥିବା ଅଭିଯୋଗର ଆସୁଥିବା ପ୍ରଶ୍ନର ଉତ୍ତରରେ ସେ ଦୋମୁହାଁ ନୀତି ଆପଣେଇଥିଲେ । କାଶ୍ମୀର ସଂଘର୍ଷ ଉପରେ ସାରା ଦୁନିଆ ନଜର ଦେଉ ନଥିବା ସେ ଅଭିଯୋଗ କରିଛନ୍ତି । ହଙ୍ଗକଙ୍ଗ୍‌ରେ ପ୍ରଦର୍ଶନକୁ ସାରା ଦୁନିଆରେ ପ୍ରଚାର ପ୍ରସାର କରାଯାଉଥିବା ବେଳେ କାଶ୍ମୀର ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ।
ଭାରତରେ ପଶ୍ଚିମଦେଶ ବ୍ୟବସାୟୀକ ଲାଭ ଦୃଷ୍ଟିରୁ ଭାରତର ବିରୋଧ କରୁ ନାହାନ୍ତି । ଏଥିପାଇଁ କାଶ୍ମୀର ପ୍ରସଙ୍ଗରେ ଚୁପ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନ ସେନା ଯେଉଁ ଦମନ ଲୀଳା ଚଳାଇଛି ସେ ପ୍ରଶ୍ନର ଉତ୍ତରରେ ଆଘ ଭାରକରେ ଥିବା କାଶ୍ମୀରର ଅବସ୍ଥା ଦେଖନ୍ତୁ ପରେ ଏଠାରେ ଥିବା କାଶ୍ମୀର କଥା ଦେଖିବେ ଏହା ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ।

ଚୀନ୍‌ର ଉଇଘର ମୁସଲିମ୍‌ଙ୍କ କଥାରେ ଘାବରେଇ ଯାଇଥିଲେ ଇମରାନ୍‌ । ସାରା ଦୁନିଆଁର ମୁସିଲମ୍‌ଙ୍କ କଥା କହୁଥିବା ବେଳେ ଚୀନ୍‌ ଉଇଘରରେ ଥିବା ମୁସଲିମ୍‌ଙ୍କୁ ଯେଉଁ ଅକଥନୀୟ ଯନ୍ତ୍ରଣା ଦିଆ ଯାଉଥିବା ସେ ବିଷୟରେ କିଛି କହି ନଥିଲେ । କାଶ୍ମୀର ତୁଳନାରେ ଉଇଘରରେ କିଛିବି ଯନ୍ତ୍ରଣା ଦିଆଯାଉ ନାହିଁ । ଚୀନ୍‌ ପାକିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି ବୋଲି ସେ କହିଛନ୍ତି । ଚୀନ୍‌ ପାକିସ୍ତାନର ଦୁର୍ଦିନରେ ସହାୟତା କରିଛି । ଏଥିପାଇଁ ଆମେ ଚୀନ୍‌ ସହ ଭଲରେ କଥାବାର୍ତ୍ତା କରୁଛୁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.