Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

କରୋନା ପାକିସ୍ତାନକୁ କାଙ୍ଗାଳ କରିଛି : ସତ ମାନିଗଲେ ଇମ୍ରାନ

16/05/2020 at 11:24 AM

ଇସଲାମାବାଦ ୧୬।୫: ବିଶ୍ବର ସବୁଠୁ ବଡ ଏବଂ ଶକ୍ତିଶାଳୀ ଦେଶ କରୋନା ସହ ଲଢୁଛନ୍ତି । ଏଭଳି ପରିସ୍ଥିତିରେ ପୂର୍ବରୁ ହିଁ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସ୍ବୀକାର କରିଛନ୍ତି ଯେ, କରୋନା ଭାଇରସ୍ କୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୧୫୦ ନିୟୁତ ପାକିସ୍ତାନୀ ପ୍ରଭାବିତ ହୋଇଛନ୍ତି । ଫଳରେ ସେ ଦେଶରେ ପୁଣି ଥରେ ଲକ୍ ଡାଉନ୍ କରିପାରିବେନାହିଁ।

ଇମ୍ରାନ ଖାନ କହିଛନ୍ତି ଯେ, ଆମେରିକା, ୟୁରୋପ ଏବଂ ଚୀନ୍ ଭଳି ଲକ୍ ଡାଉନ୍ କରିବାକୁ ପାକିସ୍ତାନ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଲକ୍ ଡାଉନ୍ ଦେଶର ବହୁ ଆର୍ଥିକ କ୍ଷତି ଘଟାଇ ସାରିଛି। ଏଥିଯୋଗୁଁ ଦେଶରେ ପ୍ରାୟ ୨.୫ କୋଟି ଲୋକ ଅଛନ୍ତି ଯେଉଁମାନେ ମଜୁରୀ ଲାଗି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ସେମାନେ ଏହି ସମୟରେ ଏକ ବଡ ସଙ୍କଟରେ ଅଛନ୍ତି। କେବଳ ଏତିକି ନୁହେଁ, ଦେଶରେ ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୧୫୦ ନିୟୁତ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ କରିଛି।

ପାକିସ୍ତାନର ସମୁଦାୟ ଜନସଂଖ୍ୟା ୨୨ କୋଟି ଏବଂ ସେଠାରେ କରୋନା ଯୋଗୁଁ ୧୫୦ ନିୟୁତ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି । ଦେଶରେ ସାଧାରଣ ପରିବହନ ପୁଣି ଥରେ ଚାଲୁ କରିବାକୁ ଘୋଷଣା କରି ଇମ୍ରାନ କହିଛନ୍ତି ଯେ, ଏହା ଗରିବ ଲୋକଙ୍କ ଉପରେ ବେଶୀ ପ୍ରଭାବ ପକାଇଛି । ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଏହି ଭାଇରସ୍ ବିରୋଧୀ ଟୀକା ବିକଶିତ ହୋଇନାହିଁ ସେପର୍ଯ୍ୟନ୍ତ ଆମକୁ ଏହା ସହ ବଞ୍ଚିବାକୁ ପଡିବ ।

ଇମ୍ରାନ ଖାନ କହିଛନ୍ତି, ‘ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ସରକାର ସ୍ବାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପାଇଁ କାମ କରୁଛନ୍ତି। ଏହି ସଙ୍କଟ ସମୟରେ ଆମେ ଅନ୍ୟ ଦେଶ ତୁଳନାରେ ଭଲ ପ୍ରଦର୍ଶନ କରୁଛୁ।’

ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବର ଖାନ୍ କହିଛନ୍ତି ଯେ, ଆସନ୍ତା ଘରୋଇ ବିମାନ ଚଳାଚଳ ମେ ୧୬ ତାରିଖରୁ କରାଯିବ। ପ୍ରାରମ୍ଭିକ ଭାବେ ୨୦ ପ୍ରତିଶତ ବିମାନ ଉଡାଣ ସାମାଜିକ ଦୂରତା ନିୟମ ଅନୁଯାୟୀ ୫୦ ପ୍ରତିଶତ କ୍ଷମତା ସହିତ ପରିଚାଳନା କରିବାକୁ ମଞ୍ଜୁର ଦିଆଯିବ ।

   Related Posts