Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ୟୁଏନରେ ଉତ୍ତେଜକ ଭାଷଣ ଲାଗି ପତ୍ନୀଙ୍କୁ ଶ୍ରେୟ ଦେଲେ ଇମ୍ରାନ

30/09/2019 at 5:19 PM

ଇସ୍ଲାମାବାଦ: ଜାତିସଂଘରେ କାଶ୍ମୀରକୁ ପ୍ରସଙ୍ଗକରି ଭାରତ ବିରୋଧରେ ଉତ୍ତେଜକ ଭାଷଣ ଲାଗି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପତ୍ନୀ ବୁଶରା ବେଗମଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆମେରିକାରୁ ଫେରିବା ପରେ ଇମ୍ରାନ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସମ୍ମୁଖରେ ତଥାକଥିତ ଭାଷଣ ଲାଗି ଦେଶବାସୀଙ୍କ ସମେତ ପତ୍ନୀଙ୍କୁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଖାସ ଏଥିଲାଗି ସେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ରଖିପାରିଲେ ବୋଲି ଇମ୍ରାନ କହିଥିଲେ।

ଜାତିସଂଘ ସାଧାରଣ ଅଧିବେଶନରେ ଇମ୍ରାନ ଦୀର୍ଘ ୫୦ ମିନିଟ କାଳ ଅବାନ୍ତର ଗପିଥିଲେ। ଯେଉଁଥିରେ ସେ ବିଶ୍ୱର ୧୩୦ କୋଟି ମୁସଲମାନ ଅସ୍ତ୍ର ଉଠାଇବେ ବୋଲି ସତର୍କ କରାଇବା ସହ ଭାରତ ବିରୋଧରେ ଆବଶ୍ୟକ ହେଲେ ପରମାଣୁ ଯୁଦ୍ଧ କରିପକାଇବେ ବୋଲି ବି ଧମକାଇଥିଲେ। ଇମ୍ରାନଙ୍କୁ ତାଙ୍କ ଭାଷଣ ରଖିବା ଲାଗି ମାତ୍ର ୧୫ ମିନିଟ୍ ସମୟ ମିଳିଥିଲା। ତେବେ କାଶ୍ମୀର ଉତ୍ତେଜନାକାରଣରୁ ୫୦ ମିନିଟ୍ ପର୍ଯ୍ୟନ୍ତ ପ୍ରଗଳଭ ଭାଷଣ ଦେଇଚାଲିଥିଲେ।

ପାକ୍ କ୍ରିକେଟ୍ ଟିମର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ତେହେରିକ-ଏ-ଇସ୍ଲାମର ସଂସ୍ଥାପକ ଇମ୍ରାନଙ୍କର ବୁଶରା ବେଗମ ତୃତୀୟ ପତ୍ନୀ ବୋଲି କୁହାଯାଉଛି। ଇମ୍ରାନ ଅତୀତରେ ବିବାହ କରିଥିବା ୨ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ବୁଶରାଙ୍କୁ ତୃତୀୟ ବିବାହ କରିଛନ୍ତି। ବୁଶରାଙ୍କୁ ଜଣେ ଆଧ୍ୟାତ୍ମିକ ମହିଳା ଭାବେ ଦେଶରେ ବେଶ ଜଣାଶୁଣା। ଅତୀତରେ ସେ ଇମ୍ରାନଙ୍କ ଗୁରୁ ଥିଲେ ବୋଲି ମଧ୍ୟ କୁହାଯାଏ।  

   Related Posts