ଭାରତକୁ ଦୋଷ ଦେଲେ ଇମରାନ୍‌, ଭାରତର କୂଟନୈତିକ ବିଜୟ ହୋଇଥିବା ପରୋକ୍ଷରେ ସ୍ୱୀକାର କଲେ

Published By : Prameya-News7 Bureau | August 26, 2019 IST

ଇସଲାମାବାଦ - ପାକିସ୍ତାନର ନିଜର ଭୁଲ୍‌ ନ ଦେଖିବା ସହ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଅପଦସ୍ତ ହେଉଥିବା କାରଣ ପାଇଁ ଭାରତକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଦୋଷ ଦେଇଛନ୍ତି । ବିଭିନ୍ନ କୂଟନୈତିକ ସ୍ତରରେ ଭାରତର ବିଜୟ ପାଇଁ ସେ ନିଜର ଭୁଲ ଦେଖଇ ନପାରି ଭାରତକୁ ଦୋଷ ଦେଇଛନ୍ତି ।
ଏବେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଅପଦସ୍ତ ହୋଇଛି ।ଜାତିସଂଘର ସୁରକ୍ଷା ପରିଷଦରେ ଚୀନ୍‌ ସହାୟତାରେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ ମଧ୍ୟ ପାକିସ୍ତାନକୁ କୌଣସି ସୁଫଳ ମିଳିନାହିଁ , ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହାକୁ ଦ୍ୱିପାକ୍ଷିକ ସମସ୍ୟା କହି ମଧ୍ୟସ୍ଥତା କରିବା ପାଇଁ ମନା କରିଦେଇଛନ୍ତି ।
ଏବେ ଏଫ୍‌ଏଟିଏଫ୍‌ରେ କଟକଣା ବା ପ୍ରତିବନ୍ଧକ ଲାଗିଥିବାରୁ ଏଥିପାଇଁ ଭାରତ ମସୁଧା କରିଥିଲା ବୋଲି ଇମରାନ୍‌ କହିଛନ୍ତି । ସେ ପାକିସ୍ତାନର ଏବେ ହେଉଥିବା ଆର୍ଥିକ ଅବନତି ପାଇଁ ଭାରତକୁ ଦୋଷ ଦେବାରେ ଲାଗିଛନ୍ତି ।
କାଶ୍ମୀର କାଶ୍ମୀର ହୋଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିବା ପାକିସ୍ତାନ ପୁଣି ଥରେ ତାକୁଇ ପ୍ରସଙ୍ଗ କରି ପୁଣି ତଳି ତଳାନ୍ତ ହେବା ଦିଗରେ । ବିଶ୍ୱ ସମୁଦାୟ ଏବେ ପାକିସ୍ତାନର କଥା ନଶୁଣି କେବଳ ବହୁତ ବଡ ବଜାର କଥା ଚିନ୍ତା କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଏଥିପାଇଁ ଯୁଦ୍ଧ ହେଲେ ପରମାଣୁ ଯୁ୍ଦ୍ଧ ହେବ ସାରା ବିଶ୍ୱର କ୍ଷତି ହେବବୋଲି ସେ କହିଛନ୍ତି ।
କାଶ୍ମୀର ଓ ଯୁଦ୍ଧକୁ ପ୍ରାଧାନ୍ୟତା ଦେଇଥିବା ପାକିସ୍ତାନରେ ଏବେ ଆର୍ଥିକ ଅବ୍ୟବସ୍ଥା ଆଡକୁ ଚାଲିଯାଇଛି । ଏବେ ଅନ୍ତର୍ଜାତୀୟ ସାହାଯ୍ୟକୁ ଅନାଇ ବସିଥିବା ପାକିସ୍ତାନକୁ କେହି ସହାୟତା ଦେବା ପାଇଁ ଇଚ୍ଛା ପ୍ରକାଶ କରି ନାହାନ୍ତି । ଏବେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ କଳାତାଲିକା ଭୁକ୍ତ କରାଯାଇଛି ।ଏବେ ପାକିସ୍ତାନ ନିଜ ଦୋଷକୁ ନ ଦେଖି ଭାରତକୁ ଦୋଷ ଦେଉଛି । ଇମରାନ୍‌ ନିଜ ପାଟିରେ ଭାରତର କୂଟ ନୈତିକ ବିଜୟ ହୋଇଥିବା କଥା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.