ଇମରାନଙ୍କ ମୁହଁ ଫୁଟାଣି- କହିଲେ ଦୁଇଦେଶର ପରମାଣୁ ବୋମା ଅଛି , ଆମେ ଯେ କୌଣସି ସ୍ତରକୁ ଯାଇ ପାରିବୁ

Published By : Prameya-News7 Bureau | August 26, 2019 IST

ଇସଲମାବାଦ - ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଏପ୍ରକାରର ବିଚଳିତ ହୋଇପଡିଛି । ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନକୁ କୌଣସି ସାହାଯ୍ୟ ନ ମଳିବା ପରେ ଏହାକୁ ସେ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇବା ପାଇଁ ଉଦ୍ୟମ କରିଥିଲା ।କେବଳ ସେତିକି ନୁହେଁ ଧର୍ମକାର୍ଡ ମଧ୍ୟ ପାକ୍ତିସ୍ତାନ ଖେଳିବାକୁ ଚେଷ୍ଟା କରିଥିଲା । ମାତ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଇସାଲମୀୟ ଦେଶମାନେ ସମର୍ଥନ ଦେଇ ନଥିଲେ । କେବଳ ସେତିକି ନୁହଁ ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ମିଳିବା ପରେ ପାକିସ୍ତାନ ଲୋକମାନେ ଏବେ ଶେମ୍‌ ଅନ୍‌ ୟୁଏଇ ବୋଲି ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ସେହପରି ଜି-୭ସମ୍ମିଳନୀରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଇଛନ୍ତି ।ଏ ପ୍ରସଙ୍ଗ ଦ୍ୱିପାକ୍ଷିକ ଏଥିରେ ସେ ମଧ୍ୟସ୍ଥତା କରିବେ ନାହିଁ ବୋଲି କହିଛନ୍ତି।

ଏହାପରେ ପାକିସ୍ତାନ ବିଚଳିତ ପରିସ୍ଥିତି ଆହୁରି ବୃଦ୍ଧି ପାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ କାଶ୍ମୀର ପ୍ରସଙ୍ଗରେ ଯେ କୌଣସି ସ୍ତରକୁ ଯାଇ ପାରିବେ ବୋଲି ପରୋକ୍ଷରେ ଧମକ ଦେଇଛନ୍ତି । ଦୁଇ ଦେଶ ନିକଟରେ ପରମାଣୁ ବୋମା ରହିଛି । ଯୁଦ୍ଧ ହେଲେ କେବଳ ଦୁଇ ଦେଶର ନୁହେଁ ସାରା ବିଶ୍ୱର କ୍ଷତି ହେବ ବୋଲି ସେ କହିଛନ୍ତି । ଏଥିପାଇଁ ପାକିସ୍ତାନ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

{"id":149295}

ସେ କାଶ୍ମୀର ପ୍ରସଙ୍ଗକୁ ସାରା ବିଶ୍ୱ ସମୁଦାୟ ଆଗରେ ଉଠାଇବେ ବୋଲି କିହଛନ୍ତି ।  ଜାତିସଂଘର ସାଧାରଣ ବୈଠକରେ ଏହି ପ୍ରସଙ୍ଗ ଉଠାଇବା ସହ ସବୁ ଦେଶର ମୁଖ୍ୟଙ୍କ ସହ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ମୋଦୀ କାଶ୍ମୀର ବିଷୟରେ ଏକ ଐତିହାସିକ ଭୁଲ୍‌ ନିଷ୍ପତି ନେଇଛନ୍ତି ବୋଲି ଇମରାନ୍‌ କହିଛନ୍ତି ।

ଏହି ପ୍ରସଙ୍ଗକୁ ସେ  ଅନ୍ତର୍ଜାତୀୟ ପ୍ରସଙ୍ଗ କରି ସାରିଛନ୍ତି । ୧୯୬୫ ପରେ  ପ୍ରଥମଥର ପାଇଁ ଏହାକୁ ଜାତିସଂଘର ସୁରକ୍ଷା ପରିଷଦରେ ଉତ୍ଥାପନ କରିସାରିଛନ୍ତି। ସେ ଏହି ପ୍ରସଙ୍ଗରେ ସମସ୍ତ ପାକିସ୍ତାନୀଙ୍କୁ ସପ୍ତାହର ଗୋଟିଏ ଦିନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ କହିଛନ୍ତି । ସେପ୍ଟେମ୍ବର ୨୭ ତାରିଖରେ ଏହାକୁ ସେ ଜାତିସଂଘର ସାଧାରଣ ଅଧିବେଶନରେ ଉଠାଇବେ ସେ ପର୍ଯ୍ୟନ୍ତ  , ସମସ୍ତେ ସେ  ଏକାଠି ହେବା ପାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.