Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଇମ୍ରାନ କହିଲେ ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଅଣ-ଇସ୍ଲାମୀ, ଖୁବଶୀଘ୍ର ସକରାତ୍ମକ ନିଷ୍ପତ୍ତି ନେଇପାରନ୍ତି ତାଲିବାନ ସରକାର

22/09/2021 at 8:33 PM

ଇସ୍ଲାମାବାଦ ୨୨।୯: ଆଫଗାନିସ୍ତାନରେ ବାଳିକା ଓ ମହିଳା ଶିକ୍ଷା ନେଇ ତାଲିବାନଙ୍କ ମନଭାବ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଅଣ ଇସ୍ଲାମୀ, ତେବେ ତାଲିବାନ ସରକାର ଖୁବ୍ ଶୀଘ୍ର ଏ ନେଇ ସକରାତ୍ମକ ନିଷ୍ପତ୍ତି ନେଇ ପାରନ୍ତି। ଆଫଗାନିସ୍ତାନରେ ବାଳିକା ଓ ମହିଳାମାନେ ଖୁବଶୀଘ୍ର ସେମାନଙ୍କ ଶିକ୍ଷାୟତନକୁ ଫେରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

 ସ୍କୁଲକୁ ଯାଇ ଶିକ୍ଷା ଗ୍ରହଣ କରିବାରେ ଧର୍ମର କୌଣସି ସମ୍ପର୍କ ନାହିଁ। ତେବେ ମହିଳାଙ୍କୁ ଶିକ୍ଷିତ କରିବା ଇସ୍ଲାମୀ ନୁହେଁ ବୋଲି ଲୋକେ ଭାବନ୍ତି। ତାଲିବାନମାନେ ନିକଟରେ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ। ଏଥିରେ ବାଳକ ଓ ଛାତ୍ରମାନଙ୍କୁ କେବଳ ସ୍କୁଲକୁ ଯିବାକୁ ଅନୁମତି ଦିଆଯାଇଛି। ତେବେ ବାଳିକାଙ୍କ ସ୍କୁଲ ଯିବା ନେଇ ଘୋଷଣାରେ କୌଣସି ସୂଚନା ଦିଆଯାଇନଥିଲା। ହେଲେ ବିଶ୍ୱବିଦ୍ୟାଳୟ ମହିଳା ଛାତ୍ରୀଙ୍କ ନିମନ୍ତେ ପୁଣି ଥରେ କ୍ଲାସ ଆରମ୍ଭ କରିସାରିଲେଣି।

ତାଲିବାନମାନେ ସରକାର ଦଖଲ କରିବା ବେଳେ ମହିଳାଙ୍କ ଅଧିକାର ସୁରକ୍ଷିତ ରଖିବେ ବୋଲି କହିଥିଲେ। ତେବେ ଦେଶରେ ଏ ନେଇ ଥିବା ମନ୍ତ୍ରାଳୟକୁ ତାଲିବାନ ଭଙ୍ଗ କରିଦେଇଛନ୍ତି। ଏହା ଛଡା ତାଲିବାନମାନେ ସେମାନଙ୍କ ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ମଧ୍ୟ ଘୋଷଣା କରିଛନ୍ତି। ଏଥିରେ ଜଣେବି ମହିଳାଙ୍କୁ ସ୍ଥାନିତ କରିନାହାନ୍ତି। ଏଥିରୁ ମହିଳାଙ୍କ ଅଧିକାର ସମ୍ପର୍କିତ ତାଲିବାନଙ୍କ ଘୋଷଣା ମିଥ୍ୟା ଥିଲା ବୋଲି ଏବେ ପ୍ରମାଣିତ ହେଉଛି। ତେବେ ଏହା ପୂର୍ବରୁ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଇମ୍ରାନ ଆଫଗାନ ମହିଳାମାନେ ବେଶ ମଜଭୁତ ଓ ସେମାନେ ଜାଣନ୍ତି ସେମାନଙ୍କ ଅଧିକାର କିପରି ହାସଲ ହୋଇପାରିବ ବୋଲି କହିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ବାହାରୁ କୌଣସି ସହାୟତାର ଆବଶ୍ୟକତା ମଧ୍ୟ ପଡିବନି ବୋଲି ସେ କହିଥିଲେ।

ସେହିପରି ଆଫଗାନିସ୍ତାନରେ ତାଲିବାନ ଶାସନକୁ ପାକିସ୍ତାନର ମାନ୍ୟତା ନେଇ ଗଣମାଧ୍ୟମଙ୍କ ପ୍ରଶ୍ନର ଜବାବରେ ଇମ୍ରାନ ଏ ବାବଦରେ ପାକିସ୍ତାନର ବ୍ୟକ୍ତିଗତ ନିଷ୍ପତ୍ତି ନିର୍ଣ୍ଣାୟକ ନୁହେଁ। ସବୁ ପଡୋଶୀଙ୍କ ସହ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ପଡୋଶୀମାନେ ଆସିବେ ଓ ଦେଖିବେ ସେମାନେ କିପରି ପ୍ରଗତି କରୁଛନ୍ତି ଓ ସେମାନଙ୍କୁ ମାନ୍ୟତା ଦିଆଯିବ କି ନା ତାହା ସାମୂହିକ ନିଷ୍ପତ୍ତି ହେବ। ତେବେ ଯଦି ଏପରି କିଛି ନ ହୁଏ ଓ ତାଲିବାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଜାରି ରହେ ତେବେ ଏହା ବାସ୍ତବିକ ଚିନ୍ତାଜନକ  ବୋଲି କହିଛନ୍ତି ଇମ୍ରାନ।

   Related Posts