Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋଦିଙ୍କ ଭଳି ଇମ୍ରାନଙ୍କୁ ମଧ୍ୟ କରିବାକୁ ହେବ ଏହି କାମ, ପାକିସ୍ତାନର ଭାଗ୍ୟ ବଦଳାଇବ ଆଗାମୀ ୪୮ ଘଣ୍ଟା

30/06/2019 at 6:35 PM

ଇସ୍ଲାମାବାଦ : ଏବେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାସ୍ତା ଆପଣେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ । ଗତ ସରକାରରେ ମୋଦି ଯେପରି ଦେଶରେ ବିମୁଦ୍ରିକରଣ ଭଳି କଠୋର କାର୍ଯ୍ୟାନୁଷ୍ଠାନ କରିଥିଲେ ଠିକ ସେହିପରି ଢଙ୍ଗରେ ଇମ୍ରାନ ମଧ୍ୟ ଦେଶରେ ବେନାମୀ ସମ୍ପତ୍ତି ଘୋଷଣା କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ ଇମ୍ରାନ ୩୦ ଜୁନକୁ ଶେଷ ତାରିଖ ଘୋଷଣା କରିଥିଲେ। ସେହି ଅନୁସାରେ ରବିବାର ଥିଲା ଦେଶରେ ଲୋକଙ୍କୁ ବେନାମୀ ସମ୍ପତ୍ତି ଘୋଷଣା କରିବାର ଶେଷ ଦିନ। ଯଦି ଲୋକେ ଶେଷ ଦିନ ସୁଦ୍ଧା ସେମାନଙ୍କ ବେନାମୀ ଆୟ ଓ ସମ୍ପତ୍ତି ଘୋଷଣା ନ କରନ୍ତି ତେବେ ଆଗାମୀ ୪୮ ଘଣ୍ଟାରେ ଇମ୍ରାନ କ’ଣ ପଦକ୍ଷେପ ନେବେ ଏବେ ତା ଉପରେ ସମସ୍ତଙ୍କ ନଜର।

ପାକ୍ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ବକେୟା ଶୁଳ୍କ ପୈଠ ଓ ବେଆଇନ ସମ୍ପତ୍ତିର ଘୋଷଣା ପାଇଁ ସୁଯୋଗ ଦେଇଥିଲେ। ଏହି ସମୟ ସୀମା ଏବେ ଶେଷ ହୋଇଥିବାରୁ ଦେଶରେ ଶୁଳ୍କ ଠକେଇ, ବେନାମୀ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିଧାରୀଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକ ପ୍ରକାର ନିଶ୍ଟିତ ହୋଇଯାଇଛି। ତେବେ ଇମ୍ରାନ ଦେଶର ଆର୍ଥିକ ସ୍ଥିତି ମଜଭୁତ କରିବା ପାଇଁ ନେଇଥିବା ପଦକ୍ଷେପ ଯୋଗୁ ବିଶେଷ କରି ବ୍ୟବସାୟୀ ଗୁରୁତର ପ୍ରଭାବିତ ହେଉଥିବା ଜଣାପଡିଛି।

ସେହିପରି ବେନାମୀ ସମ୍ପତ୍ତି ମାମଲାରେ ପାକ୍ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଏନଏବି ନିକଟରେ ପୂର୍ବତନ ପାକ୍ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ନିଜର ସମସ୍ତ ଖର୍ଚ୍ଚ କାଟ୍ କରିଛନ୍ତି। ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କର ୧୦ ପ୍ରତିଶତ ବେତନ କାଟ କରାଯାଇଥିବା ବେଳେ ଦେଶର ଉନ୍ନତି ନିମନ୍ତେ ସମସ୍ତଙ୍କ ମିଳିତ ସହଯୋଗ କାମନା କରିଛନ୍ତି।   

   Related Posts