Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||

ଇମରାନ୍‌ କହିଲେ ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି , ଆମେ କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିଛୁ

26/08/2019 at 6:49 PM

ଇସଲାମାବାଦ .- ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ମୋଦୀ ଓ ଟ୍ରମ୍ପ ସାକ୍ଷାତକାର ପରେ  ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ୍‌ ଖାନ୍‌ ପାକିସ୍ତାନ ଟେଲିଭିଜନରେ  ପ୍ରାୟ ଅଧଘଣ୍ଟାର ଏକ ଅଭିଭାଷଣ ଦେଇଛନ୍ତି । ଏଥିରେ ସେ କେବଳ କାଶ୍ମୀର ବିଷୟରେ କହିଛନ୍ତି ।ନିଜ ଅଭିଭାଷଣରେ ସେ ମୋଦୀ ଓ ଆର୍‌ଏସଏସ୍‌କୁ ଭର୍ସନା କରିଛନ୍ତି । ଏଥିରେ ସେ ଧର୍ମର କାର୍ଡ ଖେଳିବା ପାଇଁ ଚେଷ୍ଟା କରିଛନ୍ତି ।

ସେ କାଶ୍ମୀର ପ୍ରସଙ୍ଗକୁ ସାରା ବିଶ୍ୱ ସମୁଦାୟ ଆଗରେ ଉଠାଇବେ ବୋଲି କିହଛନ୍ତି ।  ଜାତିସଂଘର ସାଧାରଣ ବୈଠକରେ ଏହି ପ୍ରସଙ୍ଗ ଉଠାଇବା ସହ ସବୁ ଦେଶର ମୁଖ୍ୟଙ୍କ ସହ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ମୋଦୀ କାଶ୍ମୀର ବିଷୟରେ ଏକ ଐତିହାସିକ ଭୁଲ୍‌ ନିଷ୍ପତି ବୋଲି ଇମରାନ୍‌ କହିଛନ୍ତି ।

ଏହି ପ୍ରସଙ୍ଗକୁ ସେ  ଅନ୍ତର୍ଜାତୀୟ ପ୍ରସଙ୍ଗ କରି ସାରିଛନ୍ତି । ୧୯୬୫ ପରେ  ପ୍ରଥମଥର ପାଇଁ ଏହାକୁ ଜାତିସଂଘର ସୁରକ୍ଷା ପରିଷଦରେ ଉତ୍ଥାପନ କରିସାରିଛନ୍ତି। ସେ ଏହି ପ୍ରସଙ୍ଗରେ ସମସ୍ତ ପାକିସ୍ତାନୀଙ୍କୁ ସପ୍ତାହର ଗୋଟିଏ ଦିନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ କହିଛନ୍ତି । ସେପ୍ଟେମ୍ବର ୨୭ ତାରିଖରେ ଏହାକୁ ସେ ଜାତିସଂଘର ସାଧାରଣ ଅଧିବେଶନରେ ଉଠାଇବେ ସେ ପର୍ଯ୍ୟନ୍ତ  , ସମସ୍ତେ ସେ  ଏକାଠି ହେବା ପାଇଁ କହିଛନ୍ତି ।

ମୋଦୀ ଓ  ଟ୍ରମ୍ପ    ଆଲୋଚନାର କିଛି ସମୟ ପରେ ଇମରାନ୍‌ ନିଜର ଅଭିଭାଷଣ ପିଟିଭି ବା ପାକିସ୍ତାନ ଟିଭରେ ଦେଇଛନ୍ତି ।

   Related Posts