ହାତ ଛାଡି ସାଇକେଲ ଚଢିଥିଲେ ମସୂଦ ହେଲେ ମିଳିଲାନି ଟିକେଟ : ଦୁଃଖରେ କହିଲେ ଏମିତି କିଛି, ଭିଡିଓ ଭାଇରାଲ୍

Published By : Prameya-News7 Bureau | January 19, 2022 IST

ଉତ୍ତରପ୍ରଦେଶ ୧୯/୦୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଶାୟୀଙ୍କୁ ଲାଗିଛି ବଡ ଝଟକା । ଟିକେଟ ଆଶାରେ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ଯାତ୍ରା ଆରମ୍ଭ କରିଥିବା ଇମରାନ୍‌ ମସୂଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୁସଲମାନଙ୍କୁ ସୁଧୁରିଯିବା ପାଇଁ ପରାମର୍ଶ ଦେଉଛନ୍ତି । ସେ କହୁଛନ୍ତି ଯେ, ମୋର ଅନୁଭବ କହୁଛି ଏବେବି ସମୟ ଅଛି ସୁଧୁରିଯାଅ । କାରଣ ମୋତେ କୁକୁର କରି ଦିଆଯାଇଛି ।

ପଶ୍ଚିମ ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୂଦ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ । କିନ୍ତୁ ଯେଉଁ ଆଶାରେ ମୁଁ ପାର୍ଟି ଛାଡିଆସିଥିଲି । ଆଶା ଆଶାରେ ହିଁ ରହିଗଲା । ମୋତେ ଟିକେଟ ମିଳିଲାନି । ମୁଁ ଏବେ ନିରାଶ ହୋଇଯାଇଛି । ଅଖିଳେଶ ଯାଦବ ଟିକେଟ ଦେଲେ ନାହିଁ ।

wp:html /wp:html

ସେ ସହାରାନପୁର (ଗ୍ରାମାଞ୍ଚଳ)ରୁ ବିଧାୟକ ମସୂଦ ଅଖତାରଙ୍କ ସହିତ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ଏବେ ସମାଜବାଦୀ ପାର୍ଟିରୁ ତାଙ୍କୁ ଟିକେଟ ନଦେବାରୁ ଲକ୍ଷ୍ନୌରୁ ନିଜର ସହାରନପୁର ନିବାସକୁ ଫେରିବା ପରେ ଅନ୍ୟ ସମର୍ଥକଙ୍କୁ ପରାମର୍ଶ ଦେଉଛନ୍ତି ।

ଭାଇରାଲ ହୋଇଥିବା ଭିଡିଓ ଅମ୍ବାଲା ରୋଡର ମେଗ ଚାପରରେ ଅବସ୍ଥିତ ଇମ୍ରାନ ମାସୁଦଙ୍କ ବାସଭବନ ବାହାରେ ବୋଲି କୁହାଯାଉଛି । ଏହି ଭିଡିଓରେ ଇମ୍ରାନ ମାସୁଦଙ୍କ ସମର୍ଥକମାନେ ତାଙ୍କୁ ଘେରି ରହିଥିଲେ । ଇମ୍ରାନ ଯେତେବେଳେ ସମର୍ଥକଙ୍କ ସହ ଟିକେଟ ବିଷୟରେ ଆଲୋଚନା କରୁିଥିଲେ, ସେତେବେଳେ ସେ ଅଧିକ ରାଗିଗଲେ । ଫଳରେ ତାଙ୍କୁ ପାଟିରୁ ବାହିରିପଡିଥିଲା ସତକଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.