ଏୟାରଷ୍ଟ୍ରାଇକ୍ ବିଜେପିର ନିର୍ବାଚନୀ ଥୋପ ଥିଲା ବୋଲି କହିଲେ ଇମ୍ରାନ

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ ୨|୩ : ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନକୁ ଭାରତକୁ ଫେରାଇ ଦେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୁରୁତର ଅଭିଯୋଗ ଆଣିଛନ୍ତି । ଇମ୍ରାନ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବାଲାକୋଟ୍ ରେ ହୋଇଥିବା ଏୟାରଷ୍ଟ୍ରାଇକ୍ ବିଜେପିର  ନିର୍ବାଚନୀ ଥୋପ ।

ଇମ୍ରାନ ଖାନ୍ ପାକିସ୍ତାନୀ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଥିଲେ ଯେ, ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଉଭୟ ଭେଟିବାକୁ ଭାରତକୁ ଚିଠି ଲେଖିଥିଲେ । ମାତ୍ର ତାଙ୍କୁ କିଛି ଉତ୍ତର ମିଳିନଥିଲା ବୋଲି ସେ କହିଥିଲେ । ସେ ଆହୁରି କହିଛନ୍ତି ଯେ ଭାରତରେ ନିର୍ବାଚନ ଥିବାରୁ ଚିଠିର ଉତ୍ତର ବୋଧହୁଏ ମିଳିପାରିନାହିଁ । ଆମେ ଆଶଙ୍କା କରୁଥିଲୁ ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ସରକାର କିଛି ନା କିଛି କରିବେ ଏବଂ ତାହାକୁ ଆଗାମୀ ନିର୍ବାଚନ ପାଇଁ ବ୍ୟବହାର କରିବେ । ସେ ଏପରି ମଧ୍ୟ କହିଛନ୍ତି ଯେ, ମୁଁ ଏହା କହୁନି ଯେ ପୁଲଓ୍ବାମା ହମଲାରେ ଭାରତର ହାତ ଥିଲା । ମାତ୍ର ଘଟଣାର ଅଧାଘଣ୍ଟା ପରେ ଭାରତ ପାକ୍ ଉପରେ ଆରୋପ ଲଗାଇଥିଲା । ତାଙ୍କୁ ଏଥିରୁ କଣ ମିଳିଥାନ୍ତା ବୋଲି ଇମ୍ରାନ କହିଛନ୍ତି । ଆମେ ଭାରତକୁ ଯାଞ୍ଚରେ ସହଯୋଗ ପାଇଁ କହିଥିଲୁ ।

ଇମ୍ରାନ କହିଛନ୍ତି ଯେ, ପାକିସ୍ତାନୀ ଗଣମାଧ୍ୟମ ଯେଉଁଭଳି ଢଙ୍ଗରେ ଖବର ପ୍ରାସାରଣ କରିଥିଲା ତାହା ସଠିକ୍ ଥିଲା । ଆତଙ୍କ ଫଳରେ କଣ ହୁଏ ସେମାନେ ଦେଖିଛନ୍ତି । ସେମାନେ ଆତଙ୍କବାଦ ଦ୍ବାରା ପୀଡିତ ବୋଲି ଇମ୍ରାନ କହିଛନ୍ତି । ମାତ୍ର ଭାରତୀୟ ଗଣମାଧ୍ୟମକୁ ଯୁଦ୍ଧର କ୍ଷତି ସଂପର୍କରେ କିଛି ଜଣାନାହିଁ ତେଣୁ ସେମାନେ ଭୁଲ ତଥ୍ୟ ପ୍ରଚାର କରିଥିଲେ ବୋଲି ଇମ୍ରାନ କହିଥିଲେ । ପାକିସ୍ତାନୀ ଗଣମାଧ୍ୟମ ୭୦ହଜାର ଲୋକଙ୍କ ମୃତ୍ୟୁ ଆତଙ୍କୀ କାରଣରୁ ହୋଇଛି ବୋଲି ଦର୍ଶାଇଥିଲେ । ଏବେ ଭାରତର ଡୋଜିଅର ପଠାଇବାର ଦୁଇ ଦିନ ପୂର୍ବରୁ ହିଁ ଆକ୍ରମଣ କରିଦେଲା । ପୂର୍ବରୁ ଭାରତ ଡୋଜିଅର ପଠାଇପାରିଥାନ୍ତେ । ଭାରତରେ ନିର୍ବାଚନ ଥିବାରୁ ଭାରତ ସରକାର ଏସବୁ କରୁଛନ୍ତି ।

ଯେତେବେଳେ ଭାରତ ପାକିସ୍ତାନ ଉପରେ ହମଲା କରିଥିଲା ସକାଳୁ ସକାଳୁ ହିଁ ଇମ୍ରାନକୁ ଜଣାପଡିଥିଲା । ତାପରେ ସେ ସେନା ମୁଖ୍ୟଙ୍କ ସହ କଥା ହୋଇଥିଲେ । କେହି ମୃତାହତ ହୋଇନଥିବା ଖବର ଶୁଣିବାକୁ ପାଇଥିଲେ ବୋଲି କହିଛନ୍ତି । ସେ ନିଷ୍ପତ୍ତି ନେଇଥିଲେ ଯେ, ସେ କିଛି କରିବେ ନାହିଁ । ଯଦି କେହି ମୃତାହତ ହୋଇନାହାନ୍ତି ଆଉ ତାର ପ୍ରତିଶୋଧ ନେବାକୁ ଯାଇ ଶତ୍ରୃପକ୍ଷର  ମୃତାହତ କରିଦେବା ଭୁଲ ହେବ ବୋଲି ଇମ୍ରାନ କହିଛନ୍ତି । ଦାୟିତ୍ବସଂପନ୍ନ ଦେଶ ଭାବେ କେବଳ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଚୁପ୍ ବସିବ ନାହିଁ ବୋଲି ସେ କହିଥିବା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.