Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଅଣ୍ଡା ଗୋଟା ୩୦ ଟଙ୍କା, ଅଦା କିଲୋ ହଜାରେ: ଏମିତି ରହିଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନର ସ୍ଥିତି

23/12/2020 at 3:33 PM

ଇସ୍ଲାମାବାଦ ୨୩/୧୨: ନୂଆ ପାକିସ୍ତାନର ନାରା ଦେଇ ଶାସନ ଗାଦି ହାତେଇଥିବା ଇମ୍ରାନ ଖାନଙ୍କ ସରକାର ଏ​‌ବେ ବିପଦରେ। ସତ୍ତାକୁ ଆସିବା ପରଠୁ ପାକିସ୍ତାନର ଅର୍ଥବ୍ୟବସ୍ଥା ବିପଦଗ୍ରସ୍ତ  ହୋଇପଡ଼ିଛି। ପାକିସ୍ତାନର ଆର୍ଥିକ ସଙ୍କଟ ଏତେ ଅଧିକ ଯେ ଏବେ ଅଣ୍ଡା ଗୋଟା ୩୦ ଟଙ୍କା। ପଡ଼ୋଶୀ ଦେଶ ପାକିସ୍ତାନରେ ଅଦା କିଲେ ପ୍ରତି ୧୦୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ କିଲୋ ୬୦ ଟଙ୍କା।

ପାକିସ୍ତାନରେ ମହଙ୍ଗା ମାଡ଼ ଅର୍ଥ ବ୍ୟବସ୍ଥାକୁ ଏକ ପ୍ରକାର ପଙ୍ଗୁ କରିପକାଇଛି। ଏପରିକି ମହଙ୍ଗା ମାମଲାରେ ପାକିସ୍ତାନ ଏବେ ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। ଏହି ମହଙ୍ଗା ମାଡ଼ ମାଂସ ବଜାର ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ପାକିସ୍ତାନରେ କୁକୁଡ଼ା ମାଂସ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି। ସେପଟେ ଚିନି କିଲୋ ୧୦୪ ଟଙ୍କା ହୋଇଥିବା ବେଳେ ଘରୋଇ ଗ୍ୟାସ୍‌ର ଦାମ ଆକାଶ ଛୁଆଁ। ଇମ୍ରାନ ସରକାର ଏବେ ସାଧାରଣ ଲୋକଙ୍କୁ ଦୁଇ ଓଲି ଖାଦ୍ୟ ଯୋଗାଇବାକୁ ସମର୍ଥ ନୁହଁନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ପାକିସ୍ତାନର ୨୫ ପ୍ରତିଶତ ଲୋକ ଗରିବୀ ସୀମା ରେଖା ତଳେ ରହିଛନ୍ତି। ଶୀତ ଋତୁରେ ଯେମିତ ଅଣ୍ଡା ଓ ଅଦାର ଚାହିଦା ବଢ଼ିଛି ଦାମ ମଧ୍ୟ ଆକାଶ ଛୁଇଁଛି। ଗହମ କିଲୋ ୬୦ ଧରିଥିବାରୁ ଅଟା ବଜାରରୁ କିଣିବା ଏକ ପ୍ରକାର ଅସମ୍ଭବ ବୋଲି କହିବା ଉଚିତ ହେବ।

ଦରଦାମ ବୃଦ୍ଧି ଏମିତି ଭାବେ ବୃଦ୍ଧି ପାଉଛି ଯେ କେବଳ ଅଟା ଓ ଚିନି ଦର କମ୍‌ କରିବା ପାଇଁ ଇମ୍ରାନ ଖାନ ଘନଘନ କ୍ୟାବିନେଟ୍‌ ବୈଠକ ଡାକୁଛନ୍ତି। ସେପଟେ ଘରୋଇ ଗ୍ୟାସ୍‌ ସଙ୍କଟ ଲୋକମାନଙ୍କ ଚିନ୍ତାକୁ ଦୁଇ ଗୁଣିତ କରିଛି। ଯଦି ଖୁବଶୀଘ୍ର ଏହାର ସମାଧାନ ନମିଳେ ତେବେ ଇମ୍ରାନ ଖାନଙ୍କୁ ପ୍ରବଳ ଜନ ଆକ୍ରୋଶର ଶିକାର କରିବାକୁ ପଡ଼ିପାରେ।

   Related Posts