ତ୍ରାହି ପାଇଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଆସ୍ଥା ଭୋଟରେ ପାଇଲେ ୧୭୮ ସାଂସଦଙ୍କ ସମର୍ଥନ

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୦୬/୦୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଶନିବାର ପାକିସ୍ତାନ ସଂସଦରେ ଅବିଶ୍ବାସ ପ୍ରସ୍ତାବକୁ ନେଇ ହୋଇଥିବା ଭୋଟିଂରେ ଇମ୍ରାନ ଖାନ ବିଜୟୀ ହୋଇଥିବା ସୂଚନା ମିଳିଛି । ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି ଭୋଟ ପଡିଥିଲା ।

ସୂଚନାଯୋଗ୍ୟ, ପାକିସ୍ତାନର ସିନେଟ୍‌ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ୍‌ ଶେଖ୍‌ ପରାଜୟ ବରଣ କରିଥିଲେ । ଯାହାଫଳରେ କି ଇମ୍ରାନ ସରକାରଙ୍କୁ ସଂସଦରେ ବିଶ୍ବାସ ପ୍ରସ୍ଥାବ ଉପସ୍ଥାପନ କରିବାକୁ ପଡିଥିଲା । ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀ ସଂସଦରେ ବିଶ୍ବାସ ପ୍ରସ୍ତାବ ରଖିଥିଲେ । ଏହା ପରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଇମ୍ରାନ ଖାନ ଏହି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଆସ୍ଥା ଭୋଟରେ ବିଜୟୀ ପାଇଁ ୧୭୧ ସାଂସଦଙ୍କ ସମର୍ଥନ ଦରକାର ଥିବା ବେଳେ ଇମ୍ରାନଙ୍କ ସପକ୍ଷରେ ମୋଟ ୧୭୮ ସଦସ୍ୟ ଭୋଟ ଦେଇଛନ୍ତି ।

ବର୍ତ୍ତମାନ ପାକିସ୍ତାନ ସଂସଦରେ ମୋଟ ୩୪୨ ସାଂସଦଙ୍କ ମଧ୍ୟରୁ ୩୪୦ ଜଣ ସାଂସଦ ଅଛନ୍ତି । ତେବେ କୌଣସି ଦଳ ଆସ୍ଥା ଭୋଟ ବିଜୟୀ ପାଇଁ ମୋଟ ସାଂସଦଙ୍କ ଅଧା ଅର୍ଥାତ ୩୪୨ରୁ ୧୭୧ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ତେବେ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟିରେ ମୋଟ ୧୫୭ ଜଣ ସଦସ୍ୟ ଅଛନ୍ତି । ଏହା ସହିତ ବିରୋଧୀ ପାକିସ୍ତାନ ମୁସଲିମ୍‌ ଲିଗ୍‌ ପାର୍ଟିରେ ୮୩ ଜଣ ସାଂସଦ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିରେ ୫୫ଜଣ ସାଂସଦ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.