ସିଦ୍ଧୁଙ୍କୁ ଶାନ୍ତଦୂତ ବୋଲି କହିଲେ ଇମ୍ରାନ
21/08/2018 at 5:53 AM

ଇସ୍ଲାମଵାଦ ୨୧/୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ସିଦ୍ଧୁଙ୍କ ସପକ୍ଷରେ ବାହାରିଛନ୍ତି | ଟ୍ୱିଟ କରି ଇମ୍ରାନ କହିଛନ୍ତି ଯେ, ତାଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ଯୋଗଦେବା ଯୋଗୁଁ ଭାରତରେ ଯେଉଁ ସମାଲୋଚନାର ଶିକାର ସେ ହେଉଛନ୍ତି ଏହା ଠିକ ନୁହେଁ | ଯେଉଁମାନେ ସିଦ୍ଧୁଙ୍କୁ ସମାଲୋଚନା କରୁଛନ୍ତି ସେମାନେ ଏହି ଉପ ମହାଦେଶର ଶାନ୍ତି ପାଇଁ ହେଉଥିବା ଉଦ୍ୟମକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଇମ୍ରାନ କହିଛନ୍ତି | ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବାରୁ ସିଦ୍ଧୁଙ୍କୁ ଇମ୍ରାନ ଧନ୍ୟବାଦ ଜଣାଇଛନ୍ତି | ସିଦ୍ଧୁଙ୍କୁ ଶାନ୍ତିଦୂତ ବୋଲି ମଧ୍ୟ ଇମ୍ରାନ କହିଛନ୍ତି |
ଆଉ ଏକ ଟ୍ୱିଟରେ ଇମ୍ରାନ କହିଛନ୍ତି ଯେ, ଦୁଇ ଡ଼େରେସ ମଧ୍ୟରେ ସମ୍ପର୍କ ସୁଧାରିବାକୁ ହେଲେ କାଶ୍ମୀର ସମେତ ଅନ୍ୟାନ୍ୟ ସବୁ ବିବାଦର ସମାଧାନ କରିବାକୁ ହେବା |