Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ ଖାନ୍

18/08/2018 at 6:06 AM

ପାକିସ୍ତାନ ୧୮/୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ ଖାନ୍ । ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ୬୫ବର୍ଷିୟ ପିଟିଆଇ ସୁପ୍ରିମୋ ଇମ୍ରାନ ଖାନ୍ । ଗତକାଲି ପାକିସ୍ତାନ ସଂସଦରେ ଆସ୍ଥା ଭୋଟ୍ ଜିତିଥିଲେ ଇମ୍ରାନ ଖାନ୍ । ତାଙ୍କ ସପକ୍ଷରେ ୧୭୨ଜଣ ସଦସ୍ୟ ଭୋଟ୍ ଦେଇଥିଲେ । ଯାହା ମ୍ୟାଜିକ୍ ନମ୍ବରଠାରୁ ୪ ଅଧିକ ଥିଲା । ଆଜି ଏକ ଭବ୍ୟ ସମାରୋହରେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ମାମନୁନ ହୁସେନ ତାଙ୍କୁ ଶପଥ ପାଠ କରାଇଛନ୍ତି । ଶପଥଗ୍ରହଣ ଉତ୍ସବରେ ଇମ୍ରାନ ଖାନ୍ଙ୍କ ପତ୍ନୀ ବୁସ୍ରା ମାନେକା ଉପସ୍ଥିତ ଥିଲେ । କୌଣସି ବିଦେଶୀ ଅତିଥି ଉତ୍ସବରେ ଉପସ୍ଥିତ ନଥିବାବେଳେ ଭାରତରୁ ଏକମାତ୍ର ପ୍ରତିନିଧି ଭାବେ ନବଜୋତ ସିଂ ସିଦ୍ଧୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି ।

   Related Posts