ଇମରାନ ଖାନ୍ କହିଲେ ‘ବଳାତ୍କାରୀକୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଉ ନଚେତ୍ ନପୁଂସକ କରାଯାଉ’

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯: ପାକିସ୍ତାନ ଆର୍ଥିକ ରୂପରେ ଖରାପ ଦିଗକୁ ଅଗ୍ରସର ହେଉଛି। ଏହି କ୍ରମରେ ଦେଶରେ କ୍ରମାଗତ ଅପରାଧ ମଧ୍ୟ ବଢ଼ୁଛି। ଏହା ସହ ନାରୀ ଉତ୍ପୀଡନ ଓ ପ୍ରତିଦିନ ଦୁଷ୍କର୍ମ ଖବର ଶୀର୍ଷରେ ରହିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଧ୍ୟ ଅଛନ୍ତି ଚିନ୍ତାରେ। ବଳାତ୍କାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ନପୁଂସକ କରିବା ଆଲୋଚନା ହେଉଛି।

ବଳାତ୍କାରୀଙ୍କୁ ଦିଆଯାଉଥିବା ଦଣ୍ଡ ଉପରେ ବଡ଼ ବୟାନ ରଖିଛନ୍ତି ଇମରାନ ଖାନ। ସେ କହିଛନ୍ତି ସାର୍ବଜନିକ ଭାବେ ସେମାନଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଉ ନଚେତ ନପୁଂସକ କରିଦିଆଯାଉ । ଗତ ସପ୍ତାହରେ ରାଜରାସ୍ତାରେ ଜଣଙ୍କୁ ଦୁଷ୍କର୍ମ କରାଯିବା ପ୍ରଶ୍ନର ଉତ୍ତରରେ ଏଭଳି କିଛି କହିଛନ୍ତି ଇମରାନ।

ସୂଚନାଯୋଗ୍ୟ ଦୁଇ ପିଲାଙ୍କ ମା’ ଗତସପ୍ତାହରେ ଲାହୋରରୁ କାର୍‌ରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଲୋକ ତାଙ୍କୁ ଅଟକାଇ କାରରୁ ବାହାରକୁ ଟାଣି ଆଣିଥିଲେ। ସେମାନେ ମହିଳା ଜଣକୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲେ। ତେବେ ଦୁହିଁଙ୍କ ମଧ୍ୟରୁ ପୋଲିସ୍ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ମହିଳା ସଂଗଠନ ସ୍ବର ଉତ୍ତୋଳନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.