ଉପହାରରେ ପାଇଥିବା ଦାମୀ ଘଡ଼ିକୁ ଚୁପଚାପ ବିକିଦେଇଛନ୍ତି ଇମ୍ରାନ ଖାନ ! ମରିୟମ ନୱାଜ ଆଣିଲେ ‘ଗିଫ୍ଟ ସ୍କାମ’ ଅଭିଯୋଗ

Published By : Prameya-News7 Bureau | October 20, 2021 IST

ଲାହୋର ୨୦।୧୦:  ପାକିସ୍ତାନର ଆର୍ଥିକ ଦୁଃସ୍ଥିତି କଥା କାହାକୁ ଅଛପା ନାହିଁ। ଏଥିରୁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ବାଦ ପଡି ନାହାନ୍ତି। ଅଭାବରେ ପଡି ଇମ୍ରାନ ଖାନ ଜଣେ ପ୍ରିନ୍ସଙ୍କ ଠାରୁ ଉପହାରରେ ପାଇଥିବା ମଙ୍ଗା ଘଡ଼ିକୁ ଚୁପାଚାପ କାହାକୁ ବିକି ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ ନେତା ଫଜଲୁର ରହେମାନ ଏହି ଅଭିଯୋଗ କରିଛନ୍ତି। ଘଡ଼ିଟିର ଆନୁମାନିକ ବଜାର ମୂଲ୍ୟ ଅନୁନ୍ୟ ୧୦ ଲକ୍ଷ ଡଲାର ହୋଇଥିବା ବେଳେ ବିକ୍ରି ଲବ୍ଧ ଅର୍ଥକୁ ଇମ୍ରାନ ନିଜ ପକେଟରେ ପକାଇଦେଇଛନ୍ତି।

ସାମ୍ବିଧାନିକ ପଦପଦବୀରେ ଅଧିଷ୍ଠିତ ରାଜନେତା ଓ ଅଧିକାରୀ ସେମାନଙ୍କର ବିଭିନ୍ନ ଗସ୍ତ କାଳରେ ଉପହାରର ଆଦାନପ୍ରଦାନ ହୋଇଥାଏ। ପାକିସ୍ତାନ ଗିଫ୍ଟ ଡିପୋଜିଟରୀ (ତୋଷଖାନା) ନିୟମ ଅନୁସାରେ ଏହି ସବୁ ଉପହାରର ମୁକ୍ତ ନିଲାମ ନ ହେବା ପର୍ଯ୍ୟନ୍ତ ଏସବୁ ଜାତୀୟ ସମ୍ପତ୍ତି। ଏହି ନିୟମ ଅନୁସାରେ ନେତା ଅଥବା ଅଧିକାରୀ ୧୦ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଉପହାର ନିଜ ପାଖରେ ରଖିପାରନ୍ତି। ତେବେ ଏହି କ୍ରମରେ ଇମ୍ରାନଙ୍କୁ କେହି ଜଣେ ପ୍ରିନ୍ସ ଉପହାର ଦେଇଥିବା ମୂଲ୍ୟବାନ ଘଡ଼ିକୁ ସେ ବିକି  ଅର୍ଥ ହଡପ କରିଯାଇଥିବା ଖବର ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":530273,"sizeSlug":"full","linkDestination":"none"}

ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ପିଏମଏଲ-ଏନ୍‌ ନେତ୍ରୀ ମରିୟମ ନୱାଜ ଊର୍ଦ୍ଦୁରେ ଏକ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ‘ଖଲିଫ ହଜରତ ଉମର (ପୈଗମ୍ବର ମହମ୍ମଦଙ୍କ ସାଥୀ) ଯିଏ ନିଜର କମିଜ ଓ ବସ୍ତ୍ର ଲାଗି ମଧ୍ୟ ଉତ୍ତରଦାୟୀ ଥିଲେ। ଏଥିରେ ଆପଣ ( ଇମ୍ରାନ ଖାନ) ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ତୋଷାଖାନାର ଖଜଣା ଲୁଟି ଦେଶରେ ମଦିନା ଭଳି ରାଜ ସ୍ଥାପିତ କରିବାର କଥା କହୁଛନ୍ତି ’ ବୋଲି ଉଲ୍ଲେଖ କରିଛନ୍ତି।

ଘଡ଼ିକୁ ଇମ୍ରାନଙ୍କ କେହି ଜଣେ ନିକଟ ସମ୍ପର୍କିୟ ଦୁବାଇରେ ୧୦ ଲକ୍ଷ ଡଲାରରେ ବିକି ଦେଇଥିବାର ଅଭିଯୋଗ ହେଉଛି। ଏ ବାବଦେ ଲବ୍ଧ ଅର୍ଥ ଇମ୍ରାନ ନିଜେ ହଡପ କରିଯାଇଛନ୍ତି। ମରିୟମ ନୱାଜ ଏହାକୁ ‘ଗିଫ୍ଟ ସ୍କାମ’ ବୋଲି କହିଥିବା ବେଳେ ସମ୍ପୂର୍ଣ୍ଣ ପ୍ରକାରଣର ତଦନ୍ତ ଦାବି କରିଛନ୍ତି। ତେବେ ସବୁଠୁ ଯାହା ବଡ଼ କଥା ତାହା ହେଉଛି ଗଲଫର ଯେଉଁ ପ୍ରିନ୍ସ ଏହି ଉପହାର ଦେଇଥିଲେ ସେ ମଧ୍ୟ ଜାଣନ୍ତି ତାଙ୍କ ମୂଲ୍ୟବାନ ଉପହାରକୁ ଇମ୍ରାନ ବିକି ଦେଇଛନ୍ତି ବୋଲି। ଏହାଠୁ ଲଜ୍ଜାଜନକ ଅଧିକ କଣ ହୋଇପାରେ ବୋଲି ମରିୟମ ପ୍ରଶ୍ନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.