Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନରମିଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍‌, କହିଲେ ପ୍ରଥମେ ପରମାଣୁ ବୋମା ବ୍ୟବହାର କରିବେନି

2/09/2019 at 10:24 PM

ନୂଆଦିଲ୍ଲୀ  –  କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ ବେଶୀ ଉତ୍ତେଜନା ଦେଖାଦେଇଥିଲା  , ପାକ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ସମେତ ଅନେକ ମନ୍ତ୍ରୀ  ପରମାଣୁ ଯୁଦ୍ଧର ଧମକ ଦେଇଥିଲେ । ହେଲେ ଏବେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ନରମିଛନ୍ତି । ତାଙ୍କ ଦେଶ ପ୍ରଥମେ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିବ ନାହିଁ ବୋଲି  କହିଛନ୍ତି ।ଇସଲାମାବାଦ ସ୍ଥିତ ଗଭର୍ଣ୍ଣର ହାଉସରେ ଶିଖ୍‌ମାନଙ୍କ ସମୁଦାୟକୁ ସେ ଉଦ୍‌ବୋଧନ ଦେଉଥିବା ଅବସରରେ ଏହି  କଥା ପ୍ରକାଶ କରିଥିଲେ ।

ସାରା ବିଶ୍ୱରୁ ଇମରାନ୍‌ଙ୍କୁ କୌଣସି ସହାୟତା ମିଳି ନଥିଲା । ଏହାପରେ ସେ ପରମାଣୁ ଯୁଦ୍ଧ କଥା କହିଥିଲେ । ଏହାପରେ ବି ତାଙ୍କୁ କୌଣସି ସହାୟତା ମିଳି ନଥିଲା । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସର୍ତ୍ତ ରଖିଥିଲେ । ଏହାପରେ ଇମରାନ୍‌ ଖାନ୍‌ ନରମ  ପଡିଛନ୍ତି । ଭାରତ ସହ ଯୁଦ୍ଧ ହେଲେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ।

ଇମରାନ୍‌ ଏହି ପ୍ରସଙ୍ଗରେ ଆମେରିକାକୁ  ବି ହସ୍ତକ୍ଷେପ କରିବା ପାଇଁ କହିଥିଲେ । ମାତ୍ର ଜି-୭ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଏହାକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହିବା ସହ ଏଥରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ମତ ଦେଇଥିଲେ । ଏହାପରେ ଇମରାନ୍‌ ଖାନ୍‌ ପ୍ରଥମ ଥର ପାଇଁ ଏପରି କହିଛନ୍ତି ।

   Related Posts