ନିଜ ଘର ବୁଡି ପାଣି ଆଣ୍ଠୁଏ, ପାକିସ୍ତାନୀ ଭୋକିଲା, କିନ୍ତୁ ଫୁଟାଣି ମାରୁଛନ୍ତି ଇମରାନ, କହିଲେ 'ଭାରତୀୟଙ୍କୁ ଖାଇବାକୁ ଦେବେ'

Published By : Prameya-News7 Bureau | June 11, 2020 IST

ଲାହୋର, ୧୧|୦୬: ପାକିସ୍ତାନ ଏବେ ଆର୍ଥିକ ଦୂସ୍ଥିତି ଦେଇ ଗତି କରୁଛି । ଘୋର ଅର୍ଥାଭାବର ସାମ୍ନା କରୁଛି ପାକିସ୍ତାନ । ଲୋକଙ୍କୁ ଦୁଇ ବେଳା ୨ଥର ଖାଇବାକୁ ମିଳୁନି । ଏହାସହ କରୋନା ସଙ୍କଟ ମୁକାବିଲା ମଧ୍ୟ ଟଙ୍କା ନଥିବାରୁ ପାକିସ୍ତାନ ଠିକଭାବେ କରିପାରୁ ନାହିଁ । ଏହି ସମୟରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତକୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ଏକ ରିପୋର୍ଟରୁ ଏହା ଜଣାପଡିଛି ।

ଇମରାନ କହିଛନ୍ତି ଯେ, ଭାରତରେ ୩୪ ପ୍ରତିଶତ ପରିବାର ବିନା ଖାଦ୍ୟରେ ଗୋଟିଏ ସପ୍ତାହରୁ ଅଧିକ ଦିନ ରହିପାରିବେ ନାହିଁ ।ଇମରାନ ଏକ ଖବରର ଲିଙ୍କ୍ ଟ୍ୱିଟ୍ କରି କହିଛନ୍ତି ଯେ, ,ସେ ଭାରତକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏପରିକି ଭାରତକୁ କୁଆଡେ ସେ ଆର୍ଥିକ ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାର ୧୨୦ କୋଟି ଡଲାର ଗୋଟିଏ ସପ୍ତାହ ମଧ୍ୟରେ ଲୋକଙ୍କ ନିକଟରେ ପହଁଚାଇଛନ୍ତି । ଏହା ଦ୍ୱାରା ଗରିବ ପରିବାର ଭାଇରସର ମୁକାବିଲା କରିପାରିବ । କରୋନା ପାଇଁ ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି ।

ସେ ଏପରି କହି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି . ନିକଟରେ ଲକଡାଉନ୍ ପାଇଁ ଭାରତୀୟ ଭୋକରେ ଜୀବନ ହାରୁଛନ୍ତି ବୋଲି ଇମରାନ କହିଥିଲେ । ପାକିସ୍ତାନରେ ଏପରି ସ୍ଥିତି ନାହିଁ ଓ ପାକ୍ ସରକାର ଗରିବଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ସେ ତାତ୍ସଲ୍ୟ କରି କହିଥିଲେ ।

ପ୍ରକୃତରେ ପାକିସ୍ତାନରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ଏପରିକି ଇମରାନ ଖାନଙ୍କ ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏପରିକି ବିରୋଧି ଦଳର ନେତାଠୁ ଆରମ୍ଭ କରି ଅନେକ ରାଜନେତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାକିସ୍ତାନ ଅନେକ ଋଣ ଭାରରେ ବୁଡି ରହିଛି । ଟଙ୍କା ନଥିବାରୁ ବିଭିନ୍ନ ଦେଶ ଆଗରେ ବାରମ୍ବାର ହାତ ପତାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.