Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ରାତି ପାହିଲେ ଖାଲି ଭାରତ ଭାରତ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ : ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗଦ୍ଦାର କହିଲେ ଇମ୍ରାନ

13/11/2020 at 3:46 PM

ନୂଆଦିଲ୍ଲୀ ୧୩/୧୧ : ପାକିସ୍ତାନରେ ରାଜନୈତିକ ଗୃହଯୁଦ୍ଧ ଚରମ ସୀମାରେ ପହଞ୍ଚିଲାଣି । ପିଏମଏଲ-ଏନ୍ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫଙ୍କୁ ଦେଶର ସବୁଠାରୁ ବଡ ଗଦ୍ଦାର ବୋଲି କହିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମରାନ ଖାନ । ନଓ୍ବାଜ୍ ସରିଫ ଦେଶର ଯବାନମାନଙ୍କ ସୁରକ୍ଷା ଏବଂ ନେତୃତ୍ବକୁ ନେଇ ସାଲିସ କରିଛନ୍ତି ଏହାଠାରୁ ବଡ ଦେଶଦ୍ରୋହ ଆଉ କଣ ହୋଇପାରେ ବୋଲି କହି ଟାର୍ଗେଟ କରିଛନ୍ତି ଇମ୍ରାନ । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି ଯେତେବେଳେ ସେ କହୁଥିଲେ ଯେ ପାକିସ୍ତାନୀ ଆର୍ମୀ ଭଲ କିନ୍ତୁ ନେତୃତ୍ବ ଖରାପ ସେତେବେଳେ ନଓ୍ବାଜ୍ ସରିଫ ଦେଶରେ ବିଦ୍ରୋହ ପାଇଁ ଉସକାଉଥିଲେ । ​‌ତେଣୁ ସେ ଜଣେ ଦେଶଦ୍ରୋହୀ ବୋଲି କହିଛନ୍ତି ଇମ୍ରାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଟଙ୍କା ହେର​ଫେର କରି ବିଳାସପୂର୍ଣ୍ଣ ଘରେ ରହି ଦେଶର ଯବାନମାନଙ୍କୁ ସୈନ୍ୟ ନେତୃତ୍ବ ବିରୁଦ୍ଧରେ ବିଦ୍ରୋହ ପାଇଁ ଉସକାଉଥିଲେ ସରିଫ ।

ଏହି ଅବସରରେ ଭାରତକୁ ମଧ୍ୟ ଟାର୍ଗେଟ କରିଛନ୍ତି ଇମ୍ରାନ । ସେ ଅଭିଯୋଗ କରିଛନ୍ତି ଯେ ଭାରତ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରି ୩ ଭାଗରେ ବିଭକ୍ତ କରିବାକୁ ଚାହୁଁଛି । ଏଥିରେ ସହଯୋଗ କରୁଛନ୍ତି ଆମେରିକାରେ ପାକିସ୍ତାନ ରାଷ୍ଟ୍ରଦୂତ ହୁସେନ୍ ହକ୍କାନୀ । ସେ ଆମେରିକାରେ, ପାକିସ୍ତାନ ରାଷ୍ଟ୍ରଦୂତ ରହି ମଧ୍ୟ ଭାରତ ପାଇଁ ଗୁଇନ୍ଦାଗିରି କରୁଛନ୍ତି । ଇମ୍ରାନ ପ୍ରଶ୍ନ କରିଛନ୍ତି ନଓ୍ବାଜ୍ ସରିଫ ଭାରତରେ ଏତେ ଲୋକପ୍ରିୟ କାହିଁକି ? ସେ କହିଛନ୍ତି ନଓ୍ବାଜ ହଠାତ ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଛନ୍ତି କିନ୍ତୁ ସେ ତଳସ୍ତରରୁ ଆସି ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି । ତେବେ ନଓ୍ବାଜ ସରିଫଙ୍କୁ ଭାରତ କିପରି ବନ୍ଧୁଭାବେ ଗ୍ରହଣ କରିଛି ଏବଂ ତାଙ୍କୁ କରୁନାହିଁ ବୋଲି କହିଛନ୍ତି ଇମ୍ରାନ ଖାନ ।

ସୂଚନା ଅନୁସାରେ ନଓ୍ବାଜ ସରିଫଙ୍କ ପିଏମଏଲ-ଏନ୍ ଦଳ ସମେତ ୧୧ ବିପକ୍ଷ ଦଳ ମିଶି ଇମ୍ରାନ ଖାନଙ୍କ ବିରୁଦ୍ଧରେ ମହାଗଠବନ୍ଧନ ତିଆରି କରିଛନ୍ତି । ଯାହାର ନାଁ ରଖିଛନ୍ତି ପାକିସ୍ତାନ ଡେମୋକ୍ରେଟିକ୍ ମୁଭମେଣ୍ଟ । ନୟାଜ ସରିଫ ନିଜେ ମଧ୍ୟ ଅନେକ ଗୁଡିଏ ଭାଷଣରେ କହିଛନ୍ତି ତାଙ୍କ ସରକାର ସତ୍ତା ହରାଇବାରେ ପାକିସ୍ତାନ ସେନାର ମୁଖ୍ୟ ଭୂମିକା ରହିଛି । ପାକିସ୍ତାନ ଆର୍ମି ଚିଫ୍ କମର ଯାବେଦ ବାଜଓ୍ବାଙ୍କ ନାଁ ନେଇ ନଓ୍ବାଜ କହିଛନ୍ତି ଯେ, ପାକିସ୍ତାନରେ ସରକାରଙ୍କ ଉପରେ ଆଉ ଗୋଟିଏ ସରକାର ଚାଲିଛି । ନଓ୍ବାଜ୍ ସରିଫ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି ।

ଇମ୍ରାନ କହିଛନ୍ତି , ନଓ୍ବାଜ୍ ସରିଫ ଭୟରେ ବିଦେଶରେ ଲୁଚି ରହିଛନ୍ତି ଏବଂ ନିଜ ସମର୍ଥକମାନଙ୍କୁ ଦେଶରେ ବିଦ୍ରୋହ ସୃଷ୍ଟି କରିବାକୁ ଉସକାଉଛନ୍ତି । ପ୍ରଥମରୁ ପିଏମଏଲ-ଏନ ସୁପ୍ରିମୋ ଏବଂ ତାଙ୍କ ଝିଅ ଚୁପ ଥିଲେ କାରଣ ସେମାନେ ନଓ୍ବାଜଙ୍କୁ ଜେଲରୁ ବାହାରିବା କରିବାକୁ ଲାଗିପଡିଥିଲେ ଏବଂ ଯେବେ ଦେଖିଲେ ତାଙ୍କ ପାଖରେ ଏବେ କୌଣସି ଚାରା ନାହିଁ  ସେମାନେ ମୋ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି ବୋଲି ଇମ୍ରାନ କହିଛନ୍ତି । କିନ୍ତୁ ନଓ୍ବାଜଙ୍କ ବିରୁଦ୍ଧରେ କାହିଁକି ଦେଶଦ୍ରୋହ ମାମଲା ରୁଜୁ କରୁ ନାହାନ୍ତି ବୋଲି ଇମ୍ରାନଙ୍କୁ ପଚରାଯିବାରୁ ଇମ୍ରାନ କହିଛନ୍ତି ଦେଶଦ୍ରୋହକୁ ପ୍ରମାଣ କରିବା ବହୁତ କଷ୍ଟକର । ଇମ୍ରାନ କହିଛନ୍ତି ସେ ନଓ୍ବାଜ୍ ସରିଫଙ୍କ ଗତିବିଧିକୁ ନେଇ ବହୁ ପ୍ରମାଣ ରଖିଛନ୍ତି କିନ୍ତୁ ଏଜେନ୍ସିର ରିପୋର୍ଟ ଆଧାରରେ କୋର୍ଟରେ ମାମାଲା ରୁଜୁ କରିହେବ ନାହିଁ ।

   Related Posts