Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପାକ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପରାମର୍ଶ : କେତେଦିନ ଆଉ ବଲିଉଡକୁ କରିବ ନକଲ, କିଛି ତ ଅରିଜିନାଲ୍ କର

27/06/2021 at 2:48 PM

ପାକିସ୍ତାନ ୨୭/୬ : ଦେଶର ଫିଲ୍ମ ନିର୍ମାତାଙ୍କୁ ପରାମର୍ଶ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ କହିଛନ୍ତି କେତେଦିନ ଆଉ ବଲିଉଡକୁ କପି କରିବ । କିଛି ତ ନିଜର ଆଇଡିଆ ଖର୍ଚ୍ଚ କରି । କିଛିତ ଅରିଜିନାଲ ବନାଅ । ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରିବ । ଇସଲାମାବାଦରେ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇମ୍ରାନ ଏକଥା କହିଛନ୍ତି । ଯେ ପ୍ରଥମେ ଭୁଲ କରାଯାଇଥିଲା, କାରଣ ପାକିସ୍ତାନୀ ଚଳଚ୍ଚିତ୍ର ଶିଳ୍ପ ବଲିଉଡ ଦ୍ୱାରା ପ୍ରଭାବିତ ହୋଇଥିଲା ।

ଯାହାର ଫଳସ୍ୱରୂପ ସଂସ୍କୃତି ନକଲ କରିବା ସହ ଏହାକୁ ଅପମାନ ବି କରାଗଲା । ତେଣୁ ମୁଁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ କହିବାକୁ ଚାହୁଁଛି ଏକ ଗୁରୁତ୍ୱପୂର୍ଣ୍ଣ କଥା । ଯେ ଦୁନିଆରେ ମୋର ଅଭିଜ୍ଞତା ଅନୁଯାୟୀ କେବଳ ଅରଜିନାଲଟି ବିକ୍ରି ହୁଏ । କପିର କୌଣସି ମୂଲ୍ୟ ନାହିଁ । ଅସଲତାର ଗୁରୁତ୍ୱ ଦେଇ ଇମ୍ରାନ ଖାନ ପାକିସ୍ତାନୀ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂତନ ଚିନ୍ତାଧାରା ଆଣିବାକୁ ଅନୁରୋଧ କରିଥିଲେ ।

ପାକିସ୍ତାନୀ ସଂସ୍କୃତି ଉପରେ ହଲିଉଡ ଏବଂ ବଲିଉଡର ପ୍ରଭାବ ବିଷୟରେ ଇମ୍ରାନ ଖାନ କହିଛନ୍ତି ଯେ ବାଣିଜ୍ୟିକ ବିଷୟବସ୍ତୁ ନ ଥିଲେ ଲୋକମାନେ ସ୍ଥାନୀୟ ଚଳଚ୍ଚିତ୍ର ଦେଖନ୍ତି ନାହିଁ । “ତେଣୁ ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ମୋର ପରାମର୍ଶ ହେଉଛି ମୂଳ ବିଷୟବସ୍ତୁ ଆଣିବା, ବିଫଳତାକୁ ଭୟ କର ନାହିଁ । ଏହା ମୋର ଜୀବନ ଅନୁଭୂତି ଯେ ପରାଜୟକୁ ଭୟ କରୁଥିବା ବ୍ୟକ୍ତି କଦାପି ଜିତି ପାରିବେ ନାହିଁ ।” ଦେଶର ନରମ ଭାବମୂର୍ତ୍ତିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ।

   Related Posts