ଭାରତ ଦ୍ୱିପାକ୍ଷିକ ବୈଦେଶିକ ମନ୍ତ୍ରୀ ସ୍ଥରୀୟ ଆଲୋଚଳରୁ ଓହରିବା ଦୁର୍ଭାଗ୍ୟ ଜନକ : ପାକିସ୍ତାନ

Published By : Prameya-News7 Bureau | September 22, 2018 IST

ଇସ୍ଲାମଵାଦ ୨୨/୯ : ଭାରତ-ପାକିସ୍ତାନ ମଧ୍ୟରେ ନ୍ୟୁୟର୍କ ଠାରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଦେଶିକ ମନ୍ତ୍ରୀ ସ୍ଥରୀୟ ଆଲୋଚନାରୁ ଭାରତ ଓହରିଯିବା ଦୁର୍ଭାଗ୍ୟ ଜନକ ବୋଲି କହିଛି ପାକିସ୍ତାନ | ଏହି ଆଲୋଚନାରେ ଯୋଗ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ଗତକାଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିବ ପରେ ପାକିସ୍ତାନ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି | ଜାମ୍ମୁ କାଶ୍ମୀରରେ ୩ ଜଣ ବିଏସଏଫ ଯବାନଙ୍କୁ ଅପହରଣ ଓ ହତ୍ୟା ଘଟଣା ପରେ ଭାରତ ଆଲୋଚନରୁ ଓହରିବାକୁ ନିଷ୍ପତ୍ତି ନେଇଥିଲା | ତେବେ ଭାରତର ଏହି କାରଣ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ପାକିସ୍ତାନ କହିଛି | ଇମ୍ରାନ ସରକାରଙ୍କ ପକ୍ଷରୁ ଜାରି ଏକା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାମ୍ମୁ କାଶ୍ମୀରରେ ବିଏସଏଫ ଯବାନଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପାକିସ୍ତାନର କୌଣସି ସଂସ୍ଥା ବା ପାକିସ୍ତାନ ସାମରିକ ବାହିନୀର କୌଣସି ସମ୍ପୃକ୍ତି ନାହିଁ | ବରଂ ମୃତ ଯବାନ ମାନଙ୍କ ଶବ ଖୋଜିବାରେ ପାକିସ୍ତାନର ରେଞ୍ଜରମାନେ ଭାରତୀୟ ସେନାକୁ ସହାୟତା କରିଥିଲେ | ଏହି କଥା ଭାରତୀୟ ସେନା କର୍ତୃପକ୍ଷ ଜାଣନ୍ତି ବୋଲି ପାକିସ୍ତାନ କହିଛି | ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ବୋଲି ଭାରତ କରୁଥିବା ଅଭିଯୋଗ ଅମୂଳକ ଏବଂ କେବଳ ଏକା ମିଥ୍ୟା ପ୍ରଚାର ବୋଲି ପାକିସ୍ତାନ କହିଛି | ମନ୍ତ୍ରୀ ସ୍ଥରୀୟ ଦ୍ୱିପାକ୍ଷିକ ଆଲୋଚନାରୁ ଓହରିବା ନେଇ ଭାରତର ଘୋଷଣା ପରିପେକ୍ଷୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ ସୁଯୋଗ ହାତଛଡା କଲା | ତେବେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଯଦି ଗୋଟିଏ ପାଦ ଆଗକୁ ଆସେ ତାହେଲେ ପାକିସ୍ତାନ ୨ ପାଦ ଆଗକୁ ବଢିବା ବୋଲି ଇମ୍ରାନ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.