Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ଟିମ୍‌ରେ ଭାରତ-ପାକିସ୍ତାନ, କ୍ୟାପଟେନ୍ ଇମରାନ.. କାହାର ଏହି ଡ୍ରିମ୍ ଟିମ୍ ?

18/05/2020 at 5:02 PM

ଲାହୋର, ୧୮|୦୫: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା କ୍ରିକେଟ ଭାଷ୍ୟକାର ରମିଜ ରାଜା ଭାରତ ଓ ପାକିସ୍ତାନୀ ଖେଳାଳିଙ୍କୁ ନେଇ ଚୁଡାନ୍ତ ଏକାଦଶ ଚୟନ କରିଛନ୍ତି । ଏହି ଦଳ ଚୟନ ପାଇଁ ରମିଜଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା । ଏପରିକି ସେ ନିଜ ପୁଅଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ ।

ରମିଜ ଏଦି ଦଳରେ ଭାରତ ତରଫରୁ ଏକମାତ୍ର ବୋଲର ଭାବେ ପୂର୍ବତନ ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କୁ ସ୍ଥାନ ଦିଆଯାଇଛି । ଏହାକୁ ନେଇ ରମିଜ କହିଛନ୍ତି ଯେ, ସେ ତାଙ୍କ ପୁଅଙ୍କ ସହ ଆଲୋଚନା କରି ଟିମ୍ ଚୟନ କରିଛନ୍ତି । ପୁଅ ଟିମରେ ପାକିସ୍ତାନୀ ବୋଲର ଓ ଭାରତୀୟ ବ୍ୟାଟସମ୍ୟାନଙ୍କୁ ରଖିବାକୁ କହିଥିଲେ ।

ଚୁଡାନ୍ତ ଏକାଦଶରେ ଭାରତ ତରଫରୁ ବିରେନ୍ଦ୍ର ସେହ୍ୱାଗ, ସୁନୀଲ ଗାଭାସ୍କରଙ୍କୁ ଓପନର ଭାବେ ଚୟନ କରାଯାଇଛି । ସେହିପରି ୩ ନମ୍ବରରେ ବିରାଟ କୋହଲି, ୪ ନମ୍ବରରେ ସଚିନ ତେନ୍ଦଲୁକର ଓ ରାହୁଲ ଦ୍ରାବିଡଙ୍କୁ ସାମିଲ କରାଯାଇଛି । ଭାରତକୁ ବିଶ୍ୱ ଚାମ୍ପିଅନ କରିଥିବା ଧୋନୀଙ୍କୁ ୬ ନମ୍ବର ସ୍ଥାନରେ ରଖାଯାଇଛି । ରମିଜ ଇମରାନ ଖାନଙ୍କୁ ଦଳର ନେତୃତ୍ୱ ଦେଇଛନ୍ତି ।

ବୋଲରଭାବେ ଅନିଲ କୁମ୍ବଲେଙ୍କ ବ୍ୟତୀତ ପାକିସ୍ତାନୀ ବୋଲର ଓ୍ୱାସିମ୍ ଆକ୍ରମ, ଓ୍ୱକାର ୟୁନିସ ଓ ସକଲେନ୍ ମୁସ୍ତାକଙ୍କୁ ସାମିଲ କରାଯାଇଛି ।

   Related Posts