ଇମରାନ ବିଳିବିଳେଇଲେଣି: ପାକ୍ ସଂସଦରେ ଲାଦେନକୁ କହିଲେ ସହିଦ, ଆମେରିକା ଉପରେ ଦୋଷ ଲଦିଲେ

Published By : Prameya-News7 Bureau | June 25, 2020 IST

ଲାହୋର, ୨୫|୦୬:  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକ୍ ସଂସଦରେ ବିଶ୍ୱ ଆତଙ୍କବାଦୀ ଓସାମା ବିନ ଲାଦେନକୁ ସହିଦ ବୋଲି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ପାକିସ୍ତାନରେ ପଶି ଲାଦେନକୁ ସହିଦ କରିଦେଲା । ପାକ୍ ୧୦ ବର୍ଷ ଧରି ଆତଙ୍କବାଦୀ ବିରୋଦରେ ଲଢେଇ କରୁଥିଲେ ମଧ୍ୟ କେବଳ ତିରସ୍କାର ହିଁ ପାଇଛି ।

ଇମରାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ସେ କହୁଛନ୍ତି ଯେ, ପାକିସ୍ତାନ ଆତଙ୍କବାଦ ଲଢେଇରେ ଆମେରିକାକୁ ସହଯୋଗ କରିଛି । ଏହାପରେ ମଧ୍ୟ ଦେଶକୁ ସମାଲୋଚନା କରାଯାଉଛି । ଆମେରିକା ଆଫଗାନିସ୍ତାନରେ ସଫଳ ନହେଲେ ପାକିସ୍ତାନକୁ ଦୋଷ ଦେଇଥାଏ । ଆମେରିକା ଏକଟାବାଦରେ ଲାଦେନକୁ ମାରିବା ଆମ ପାଇଁ ଲଜ୍ଜାଜନକ ଘଟଣା । ଆମକୁ ସାରା ବିଶ୍ୱ ଗାଳି କରିଛି । ପାକିସ୍ତାନରେ ଡ୍ରୋନ୍ ଆକ୍ରମଣ ହେଉଛି । ପାକିସ୍ତାନର ପୂର୍ବତନ ସରକାର ଦ୍ୱାରା ଏପରି ହେଉଥିଲା ।

ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ କାରଣରୁ ତାକୁ ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସରେ ରଖାଯାଇଛି । ପାକିସ୍ତାନ ଜୈଶ-ଏ-ଅହମ୍ମଦ ଓ ହିଜବୁଲ ମୁଜାହୁଦ୍ଦୀନକୁ ସମର୍ଥନ କରୁଥିବା ଆମେରିକାର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା । ଏଥିରେ ଆହୁରି ଉଲ୍ଲେଖ ରହିଥିଲା ଯେ, ଆଫଗାନିସ୍ତାନରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ଭୂମିକା ରହିଛି । ଭାରତକୁ ଟାର୍ଗେଟ୍ କରୁଥିବା ଲଶ୍କର-ଏ-ତୋଏବା ଓ ତାହାର ସଙ୍ଗଠନ ପାକ୍ ମାଟିକୁ ବ୍ୟବହାର କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.