ଭାରତର ଅଭାବୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ : ରାଗିଗଲେ ଭାରତୀୟ, କହିଲେ 'ଭିକାରୀମାନେ ଦାନ କରନ୍ତିନି...'

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨/୦୬ : କରୋନା ଭାଇରସ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନଗଦ ଅନ୍ତରୀଣ ପ୍ରଦ୍ୟୋଗିକ ମାଧ୍ୟମରେ ଭାରତୀୟ ଅଭାବୀଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି | ଇମ୍ରାନଙ୍କ ଏହି କଥା ଦୁନିଆରେ କାହାର ମଧ୍ୟ ହଜମ ହୋଇପାରିନାହିଁ | କାରଣ ପାକିସ୍ତାନ ନିଜେ କରଜରେ ବୁଡି ରହିଛି | ତଥାପି ପାକିସ୍ତାନ ନିଜ ଦେଶ କଥା ଚିନ୍ତା ନ କରି ଭାରତକୁ ସାହାଯ୍ୟ କରିବାକୁ ଚାହୁଁଛି ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଇମ୍ରାନଙ୍କ ଏହି ଉକ୍ତି ପରେ ଭାରତ ସରକାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି | ଭାରତ ପଡୋଶୀ ଦେଶକୁ ମନେପକାଇ ଦେଇଛି ଯେ, ମହାମାରୀ ସମୟରେ ଦିଲ୍ଲୀ ଦ୍ୱାରା ଦିଆଯାଇଥିବା ଆର୍ଥିକ ରିଲିଫ ପ୍ୟାକେଜର ଆକାର ପାକିସ୍ତାନର ଜିଡିପି ସହ ସମାନ | ଭାରତୀୟମାନେ ଟ୍ୱିଟର ଜରିଆରେ ଇମ୍ରାନଙ୍କ ଉପରେ କ୍ରୋଧ ଜାହିର କରିଛନ୍ତି | ରାଗିବ ସହ ଭାରତୀୟମାନେ ଇମ୍ରାନଙ୍କୁ ପରିହାସ କରି ମଜାଳିଆ ମେମ ମଧ୍ୟ ସେୟାର କରିଛନ୍ତି |

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଯେଉଁ ଦେଶ ନିଜେ ଚୀନ ଠାରୁ ଭିକ ମାଗୁଛି, ସେ ପୁଣି ଦାନ କରିବାକୁ ଚାହୁଁଛି...ଭିକାରି ଦାନ କରନ୍ତିନି | ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଭାରତ ଚିନ୍ତା କରନ୍ତୁନି | ଓଲଟା ନିଜ କଥା ଚିନ୍ତା କରନ୍ତୁ, ଯେଉଁସବୁ ଦେଶରୁ କରଜ ଆଣିଛନ୍ତି ତାହା କିଭଳି ସୁଝିବେ ସେଇ କଥା ଚିନ୍ତା କରନ୍ତୁ | ବିଶ୍ୱ ବ୍ୟାଙ୍କ ନଜର ମଧ୍ୟ ପାକିସ୍ତାନ ଉପରେ ରହିଛି | ଇମ୍ରାନଙ୍କ ଟ୍ୱିଟ ପରେ ଭାରତୀୟମାନେ ଏହିଭଳି ପ୍ରତିକ୍ରିୟା ରଖିଥିଲେ |

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୋଟିଏ ଖବର ସହ ଟ୍ୱିଟରରେ ଲେଖିଥିଲେ ଯେ ସେ ଭାରତର ଅଭାବୀଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି | ତାଙ୍କର ନଗଦ ଅନ୍ତରଣ କାର୍ଯ୍ୟକ୍ରମକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ଥରରେ ପ୍ରଶଂସା ହୋଇଛି | ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଡିଜିଟାଲ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତେ ପାକିସ୍ତାନର କରଜ ସମ୍ପର୍କରେ ଜାଣିଛନ୍ତି ଏବଂ କରଜର ପୁନର୍ଗଠନକୁ ନେଇ ପାକିସ୍ତାନ କେତେ ଚାପଗ୍ରସ୍ତ ଅଛି ତାହା ବି ଜାଣିଛନ୍ତି | ସେଥିପାଇଁ ଭଲ ହେବ ଯଦି ପାକିସ୍ତାନ ମନେପକାଇବ ଯେ ଭାରତର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ପାକିସ୍ତାନର ଜିଡିପି ସହ ସମାନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.