Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

‘ମୋଦୀ ଫୋନ ଉଠାଉ ନାହାଁନ୍ତି, ବାଇଡେନଙ୍କ କଲ୍ ଆସୁନି’ : ଇମରାନଙ୍କ ଅସହାୟତାର ମଜା ଉଠାଉଛନ୍ତି ବିରୋଧି

18/10/2021 at 10:43 AM

ଲାହୋର, ୧୮/୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଆଇଏସଆଇ ମୁଖିଆ ନିଯୁକ୍ତିକୁ ନେଇ ସେନା ସହ ଇମରାନଙ୍କ ସମ୍ପର୍କ ଭଲ ନାହିଁ । ଏହାମଧ୍ୟରେ ଦେଶର ବିରୋଧି ଦଳ ପିଏମଏଲଏନ ନେତ୍ରୀ ମାରିୟମ ନଓ୍ୱାଜ ସରିଫ ଇମରାନଙ୍କୁ ସମାଲୋଚନା କରିଛନ୍ତି । ବିଦେଶ ନୀତିରେ ଇମରାନ ଫେଲ ବୋଲି ମାରିୟମ କହିଛନ୍ତି । ଏପରିକି ଇମରାନଙ୍କ ଔକାତ ଇସାଲାମବାଦର ମେୟର ବୋଲି ଲୋକେ ଟିଭିରେ କହୁଥିବା ସେ କହିଛନ୍ତି ।

ମାରିୟମ କହିଛନ୍ତି ଯେ, ଇମରାନ ସରକାରକୁ ବାହାର କରିବାକୁ ହେବ । ଏପରିକି ପିଏମଙ୍କ ପୂର୍ବତନ ପତ୍ନୀ ମଧ୍ୟ ହସୁଛନ୍ତି । ଇମରାନ କେବଳ ସମସ୍ତଙ୍କୁ କନ୍ଦାଇବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଆଜି ପୁରା ଦେଶ କାନ୍ଦୁଛି । ନିକଟରେ ଲିକ୍ ହୋଇଥିବା ପାଣ୍ଡୋରା ପେପରରେ ଇମରାନଙ୍କ ଦଳ ପିଟିଆଇ ପ୍ରଥମେ ରହିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମରାନଙ୍କ ଫୋନର ଉତ୍ତର ଦେଉ ନାହାଁନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ ଏବେସୁଦ୍ଧା ପାକ୍ ପିଏମଙ୍କୁ ଫୋନ ମଧ୍ୟ କରିନାହାଁନ୍ତି ।

ସୂଚନାଯୋଗ୍ୟ, ଇମରାନ ସରକାର ଗଠନ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ୍ କରିବେ ବୋଲି ସେ ଆଶା କରିଥିଲେ । କିନ୍ତୁ ଏପରି କିଛି ହୋଇନଥିଲା । ୟୁଏସ ରାଷ୍ଟ୍ରପତି ବାଇଡେନ ମଧ୍ୟ ଇମରାନଙ୍କ ସହ କଥା ହେଉ ନାହାଁନ୍ତି । କିଛି ଦିନ ତଳେ ପାକ୍ ସୁରକ୍ଷା ପରାମର୍ଶଦାତା ଆମେରିକାକୁ ଧମକ ଦେଇଥିଲେ । ଯାହା ପରେ ଇମରାନଙ୍କୁ ନିଜେ ସଫେଇ ଦେବାକୁ ପଡିଥିଲା ।

   Related Posts