ଇମ୍ରାନ ସରକାରର ମନ୍ତ୍ରୀଙ୍କ ବିବାଦୀୟ ବୟାନ-'ଭାରତକୁ ବିରୋଧ କରିବା ଆମ ଜୀବିକା'

Published By : Prameya-News7 Bureau | November 11, 2020 IST

ଇସ୍ଲାମଵାଦ ୧୧/୧୧ : ପାକିସ୍ତାନ ସବୁବେଳେ ଭାରତକୁ ଦୋଷାରୋପ ଏବଂ ଆକ୍ଷେପ କରିଥାଏ। ଏହା ପାକିସ୍ତାନୀ ନେତାଙ୍କ ଏକ ସାଧାରଣ ଅଭ୍ୟାସ। କେବଳ ଅଭ୍ୟାସ ନୁହେଁ ବରଂ ଭାରତ ବିରୋଧୀ ମନ୍ତବ୍ୟ ଦେବାକୁ ସେମାନେ ଏକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ ବୋଲି ମନେକରନ୍ତି। ଏ କଥା କହିଛନ୍ତି ଖୋଦ ଇମ୍ରାନ ଖାନ ସରକାରର ଜଣେ ଘନିଷ୍ଠ ମନ୍ତ୍ରୀ। ଆଉ ସେହି ମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାର ଖୋରାକ ହୋଇଛି। ଭାରତ ବିରୋଧୀ ଚିନ୍ତାଧାରା ଯୋଗୁଁ ହିଁ ପାକିସ୍ତାନ ରାଜନୀତି ତିଷ୍ଠିଛି ବୋଲି ସେ କହିଛନ୍ତି। ଏହି ମନ୍ତ୍ରୀ ଜଣକ ହେଲେ ଶୁମାର ଫିରଦୋଷ ଆଶିକ ଅବାନ। ସେ କହିଛନ୍ତି ଯେ, ପାକିସ୍ତାନରେ ଆଣ୍ଟି ଇଣ୍ଡିଆ ସେଣ୍ଟିମେଣ୍ଟ ଚିନ୍ତାଧାରା ସବୁଠାରୁ ଅଧିକ ବିକ୍ରି ହୋଇଥାଏ। ଭାରତକୁ ବିରୋଧ କରିବା ହିଁ ଆମର ଦୈନନ୍ଦିନ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାମ, ଏହା ଆମ ଜୀବିକା । ଏଥିପାଇଁ ସବୁ ରାଜନେତା ଏହି ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା କରନ୍ତି।

{"id":359808,"sizeSlug":"large"}

ପଞ୍ଜାବ ପ୍ରାନ୍ତ ସୂଚନା ଓ ସଂସ୍କୃତି ମାମଲାର ସ୍ୱତନ୍ତ୍ର ସହାୟିକା ଫିରଦୋଷ ଆଶିକ ଅବାନ ପାକିସ୍ତାନୀ ମିଡ଼ିଆ ARY News ସହ କଥାବାର୍ତ୍ତା ସମୟରେ ଏହା କହିଛନ୍ତି। କାର୍ଯ୍ୟକ୍ରମ ସମୟରେ ଆଙ୍କର ତାଙ୍କୁ ପଚାରିଥିଲେ ଯେ, 'ଆମେ ଗଦ୍ଦାର, ରାଜନୀତି, ଭାରତ, ମୋଦି ଭଳି ପ୍ରତ୍ୟେକ ପ୍ରସଙ୍ଗକୁ ସବୁବେଳେ ବ୍ୟବହାର କରିବା ମାମୁଲି କରିଦେଇନୁ ?' ଜବାବରେ ଆଶିକ କହିଥିଲେ, ଆମ ଲୋକଙ୍କ ଯେଉଁ ଭାରତ ବିରୋଧୀ ଭାବନା ରହିଛି ସେହି ଭାବନା ସବୁଠାରୁ ଅଧିକ ବିକ୍ରି ହୋଇଥାଏ। ଯେଉଁ ଜିନିଷ ଅଧିକ ବିକ୍ରି ହୋଇଥାଏ, ଯାହାର ଚାହିଦା ଅଧିକ, ଲୋକେ ସେହି ଜିନିଷ ହିଁ ବିକ୍ରି କରନ୍ତି। ଏହା କେବଳ ପାକିସ୍ତାନ ସରକାର ନୁହେଁ ବରଂ ସମସ୍ତେ କରୁଛନ୍ତି। ବିରୋଧୀ ତ ଏମିତି ମସଲା ବିକ୍ରି କରିଛନ୍ତି ଯାହା ମୋଦିଙ୍କ ପାଇଁ ମଜାଳିଆ ଓ ସ୍ୱାଦିଷ୍ଟ।'

wp:core-embed/twitter {"url":"https://twitter.com/nailainayat/status/1326207584399974404","type":"rich","providerNameSlug":"twitter","className":""}
https://twitter.com/nailainayat/status/1326207584399974404
/wp:core-embed/twitter

ଫିରଦୋଷ ଆଶିକ ପିଟିଆଇ ସରକାର ପୂର୍ବରୁ ଇମ୍ରାନ ଖାନଙ୍କ ମୁଭମେଣ୍ଟ ଫର ଚେଞ୍ଜ ଅଭିଯାନରେ ମଧ୍ୟ ସକ୍ରିୟ ଅଂଶୀଦାର ଥିଲେ। ସେତେବେଳେ ଇମ୍ରାନ ଖାନ ଇସ୍ଲାମଵାଦକୁ ପାଖାପାଖି ମାସେ ଜଣେ ଘେରାଉ କରିଥିଲେ। ସେ ପାକିସ୍ତାନ ପିପୁଲ୍ସ ପାର୍ଟି ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଥିଲେ। ୨୦୧୯ ଏପ୍ରିଲ ମାସରେ ଇମ୍ରାନ ଖାନ ତାଙ୍କୁ ନିଜ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ସ୍ୱତନ୍ତ୍ର ସହାୟକ ପଦବୀ ଦେଇଥିଲେ। ଫିରଦୋଷ ଆଶିକ ଭାରତ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଭାରତୀୟ ସେନା ଉପରେ ଅନେକ ମିଛ ଆରୋପ ମଧ୍ୟ ଲଗାଇଥିଲେ। ଇମ୍ରାନଙ୍କ ବିରୋଧରେ ସେତେବେଳେ ଯୁଏନଜିଏ କନ୍ଫରେନ୍ସ ହଲରେ ଉପସ୍ଥିତ ଭାରତୀୟ କୂଟନୀତିଜ୍ଞ ବାହାରି ଯାଇଥିଲେ।

ଇମ୍ରାନ ନିଜ ଭାଷଣରେ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ଓ କ୍ରୋଧ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଭାରତ କାଶ୍ମୀର ଉପରେ ଅବୈଧ ତରିକାରେ କବଜା କରିଛି ଓ ସେଠାକାର ଲୋକଙ୍କ ମାନବାଧିକାର ଛଡେଇ ନେଇଛି। ସଂଯୁକ୍ତ ରାଷ୍ଟ୍ରକୁ ନିଜର ରିଜଲ୍ୟୁସନ ଅନୁସାରେ ଏହାର ସମାଧାନ ବାଟ ବାହାର କରିବା ଉଚିତ। ଧାରା ୩୭୦ ସମ୍ପର୍କରେ ସେ କହିଛନ୍ତି ୩୭୦ ଧାରା ଉଚ୍ଛେଦ କରି କାଶ୍ମୀର ଲୋକଙ୍କ ଅଧିକାର ଛଡେଇ ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.