Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଭାରତ ବିରୋଧରେ ମିଛ ଭିଡିଓ ପୋଷ୍ଟ କରି ହଟହଟା ହେଲେ ଇମ୍ରାନ ଖାନ୍

4/01/2020 at 11:33 AM

ନୂଆଦିଲ୍ଲୀ୪/୧: ସୋସିଆଲ ମିଡିଆରେ ଫେକ୍‌ ଭିଡିଓ ପୋଷ୍ଟ କରି ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରା କରିଥିବା ଟ୍ବିଟ୍‌ରେ ପୁଲିସ ନିର୍ଯାତନା କରିବାର ଦୃଶ୍ୟ ରହିଥିଲା। ପୁଣି ସେହି ଟ୍ବିଟ୍‌ ସେ ଉଲ୍ଲେଖ କରିଥିଲେ ଯେ ମୁସଲିମ୍‌ଙ୍କ ବିରୋଧରେ ଭାରତୀୟ ପୋଲିସର ଗଣହତ୍ୟା। ଇମ୍ରାନ ଏହି ଭିଡିଓ ପୋଷ୍ଟ କଲା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଏହି ଭିଡିଓଟି ଥିଲା  ୭ ବର୍ଷ ପୁରୁଣା ଭିଡିଓ। ତାହା ପୁଣି ବାଂଲାଦେଶର।

ପାକିସ୍ତାନରେ ଶିଖ ଗୁରୁ ନାନକଙ୍କ ଜନ୍ମସ୍ଥାନରେ ଥିବା ଗୁରୁଦ୍ୱାରକୁ କିଛି ମୁସଲିମ୍ ଲୋକମାନେ ଟାର୍ଗେଟ୍ କରି ଧ୍ୱଂସ କରିବାକୁ ଧମକ ଦେବା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲିଟିଛି। ପାକିସ୍ତାନର ଅସଲ ଚେହାର ପଦାରେ ପଡ଼ିଯିବାରୁ ପାକିସ୍ତାନର ଦୋଷ, ଦୁର୍ବଳ ଲୁଚାଇବା ଭାରତ ବିରୋଧରେ ଇମ୍ରାନ ଏପରି ଭିଡିଓ ପୋଷ୍ଟ କରିଥିଲେ।

ତେବେ ଏଥିରେ ଥିବା ସୁରକ୍ଷା କର୍ମୀମାନେ ପିନ୍ଧିଥିବା ୟୁନିଫର୍ମରେ ଆରଏବି ଲେଖା ହୋଇଥିଲା। ଏହି ଆରଏବିର ପ୍ରକୃତ ଅର୍ଥ ହେଉଛି ‘ରାପିଡ୍ ଆକ୍ସନ୍ ବାଟାଲିଅନ୍’। ଏହା ବାଂଲାଦେଶ ପୁଲିସ୍‌ର ଅପରାଧ ଓ ଆତଙ୍କବାଦ ଦମନ ୟୁନିଟ୍।

ଇମ୍ରାନଙ୍କ ଭିଡିଓ ପୋଷ୍ଟ ପରେ ଉତ୍ତରପ୍ରଦେଶ ପୁଲିସ୍ ଟ୍ୱିଟ୍ ଯୋଗେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଛ ଧରି ପକାଇଥିଲା। ଏଥିରେ ପୁରା ଭିଡିଓର କେଉଁ ସେକେଣ୍ଡରେ ବାଂଲାଦେଶ ୟୁନିଫର୍ମ ରହିଛି ତାହା ମଧ୍ୟ ରହିଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଏଭଳି ହୀନ ମାନସିକତା ପାଇଁ ସବୁ ମହଲରେ ସମାଲୋଚନାର ଶିକାର ହୋଇଛନ୍ତି। ଏପରି କି ଗଣମାଧ୍ୟମରେ ଇମ୍ରାନଙ୍କ ମିଛ ଭିଡିଓ ଖବର ପ୍ରସାରଣ ହେଉଛି।

   Related Posts