ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ଇମ୍ରାନ ଖାନ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ ୨୨/୭: ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ତେବେ ଇମ୍ରାନ ଆମେରିକାରେ ପହଞ୍ଚିବା ସମୟର ଭିଜୁଆଲ ନେଟ ଦୁନିଆର ଚର୍ଚ୍ଚିତ ବିଷୟ ହୋଇଛି। କାରଣ ହେଉଛି ଇମ୍ରାନଙ୍କୁ ସ୍ବାଗତ କରିବାକୁ ଆମେରିକାର କୌଣସି ବରିଷ୍ଠ ପ୍ରତିନିଧି ସେଠାରେ ଉପସ୍ଥିତ ନଥିଲେ । କେବଳ ଜଣେ ପ୍ରୋଟୋକଲ ଅଫିସର ଉପସ୍ଥିତ ଥିବା ବେଳେ ଇମ୍ରାନଙ୍କୁ ସ୍ବାଗତ କରିଥିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି।

କେବଳ ସେତିକି ନୁହେଁ ଇମ୍ରାନ ସ୍ବତନ୍ତ୍ର ବିମାନ ବଦଳରେ ଏୟାର କତାରର ସାଧାର ବିମାନରେ ଯାତ୍ରା କରିଥିଲେ। ଏଥିସହିତ ବିମାନ ବନ୍ଦରରୁ ଓହ୍ଲାଇ ସେ ସାଧାରଣ ମେଟ୍ରୋ ଟ୍ରେନରେ ବି ଯାତ୍ରା କରିଥିଲେ। ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏବେ ଆମେରିକା ପାଖରୁ ଅନେକ କିଛି ଆଶା ରଖିଛି । ତେବେ ଆମେରିକାରେ ପଶୁ ପଶୁ ଇମ୍ରାନଙ୍କ ଯେମିତି ଶରବ୍ୟ ହୋଇଛନ୍ତି ଏହାକୁ ନେଇ ନେଟ ଦୁନିଆ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.