Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

11/08/2019 at 3:52 PM

ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ଇମ୍ରାନ ଖାନ ୩ ଥର ବିବାହ କରିଛନ୍ତି। ୬୫ ବର୍ଷ ବୟସ୍କ ଇମ୍ରାନ ଖାନ ୧୯୯୫ ମସିହାରେ ପ୍ରଥମ ବିବାହ କରିଥିଲେ। ସେତେବେଳେ ସେ ବ୍ରିଟିସ୍‌ କୋଟିପତି ଜେମିମା ଗୋଲ୍ଡସ୍ମିଥ୍‌ଙ୍କୁ ବିବାହ କରିଥିଲେ। ହେଲେ ୨୦୦୪ ମସିହା ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏହା ପରେ ୨୦୧୫ ମସିହାରେ ଇମ୍ରାନ ଦ୍ବିତୀୟ ବିବାହ କରିଥିଲେ। ବିବିସିର ପୂର୍ବତନ ସାମ୍ବାଦିକା ରେହମ ଖାନଙ୍କୁ ବିବାହ କରିଥିଲେ। ଏହି ବିବାହ ବନ୍ଧନରେ ସେ ଅନେକ ଦିନ ଯାଏଁ ଥିଲେ।

ତୃତୀୟଥର ଇମ୍ରାନ ବୁଶରା ମାନେକାଙ୍କୁ ବିବାହ କରିଥିଲେ। କିନ୍ତୁ ଇମ୍ରାନଙ୍କ ନାଁ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କ ଯୋଡା ଯାଇଥିଲା ଏହା ଅଧିକାଂଶ ଲୋକେ ଜାଣିନାହାନ୍ତି।

ସୂଚନାଯୋଗ୍ୟ ଯେ, ୭୦ ଓ ୮୦ ଦଶକର ହଟ୍‌ ଅଭିନେତ୍ରୀ ଜୀନତ ଅମାନଙ୍କ ସହ ଇମ୍ରାନଙ୍କ ନାଁ ଯୋଡା ଯାଇଥିଲା। ଏହି ଖବର ବିଷୟରେ ଜୀନତ ଓ ଇମ୍ରାନ କେବେ କଥା ହେବାର ନଜର ଆସିନାହାନ୍ତି ସତ ହେଲେ ଇମ୍ରାନଙ୍କୁ ସେତେବେଳେ ଜୀନତଙ୍କ ନାଁରେ ତାଙ୍କ ସାଙ୍ଗମାନେ ଥଟା ପରିହାସ କରୁଥିଲେ।

ଏମିତି ଅନେକ ଥର ହୋଇଛି ଯେବେ ଜୀନତଙ୍କୁ ଦେଖା କରିବା ପରେ ଇମ୍ରାନ ବହୁତ ଲାଜ କରୁଥିଲେ। ଥରେ ଗୋଟେ ଇଭେଣ୍ଟରେ ସାମିଲ ହେବା ପାଇଁ ଜୀନତ ପାକିସ୍ତାନର ଲାହୋର ଯାଇଥିଲେ। ସେଠାରେ ଜୀନତଙ୍କୁ ଇମ୍ରାନଙ୍କ ସହ ଥିବା ସଂପର୍କ ବିଷୟରେ ପ୍ରଶ୍ନ ପଚାରାଯାଇଥିଲା। ତେବେ ଜୀନତ କହିଥିଲେ ଯେ, ତାଙ୍କୁ ପାଷ୍ଟ ବିଷୟରେ କଥା ହେବା ପାଇଁ ଭଲ ଲାଗେ ନାହିଁ।

   Related Posts