Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପାକିସ୍ତାନରେ ଇମ୍ରାନ ସରକାରକୁ ପୂରିଲା ବର୍ଷେ : ଜାଣନ୍ତୁ କେଉଁ ଜିନିଷର ମୂଲ୍ୟରେ ହୋଇଛି କେତେ ପରିବର୍ତ୍ତନ

19/08/2019 at 11:27 AM

ନୂଆଦିଲ୍ଲୀ ୧୯/୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନେତୃତ୍ବରେ ପାକିସ୍ତାନର ତହରିଫ-ଏ-ଇନସାଫ ସରକାରଙ୍କ ବର୍ଷେ ପୂରିଗଲାଣି। ଏବେ ପାକିସ୍ତାନର ଦରଦାମ୍ ଚରମ ସୀମାରେ ପହଞ୍ଚିଗଲାଣି ଏବଂ ସରକାର ଦରଦାମକୁ କମ୍ କରିବାରେ ବିଫଳ ହୋଇଛି। ଆକାଶ ଛୁଆଁ ମୂଲ୍ୟ ଦ୍ବାରା ଲୋକଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ପେଟ୍ରୋଲ୍ ଏବଂ ଡିଜେଲର ଦାମ୍ ପ୍ରତି ଲିଟରକୁ ୧୧୭ ଟଙ୍କା ୮୩ପଇସା ଏବଂ ୧୩୨ଟଙ୍କା ୪୭ପଇସା ହୋଇଗଲାଣି।

ଚିନିର ମୂଲ୍ୟ ଗତ ବର୍ଷ କିଲୋ ପ୍ରତି ୬୫ଟଙ୍କା ଥିଲା,ଏବେ ପ୍ରତି କିଲୋକୁ ୭୫-୭୮ ହୋଇଯାଇଛି।

ସିଏନଜିର ଦାମ୍ ୮୧.୭୦ପଇସା ଥିଲା,ଯାହା ଏବେ ପ୍ରତି କିଲୋକୁ ୧୨୩ଟଙ୍କା ହୋଇଗଲାଣି। ଚପାତି ଏବଂ ନାନର ମୂଲ୍ୟ ବଢ଼ାଇ ୮ ଏବଂ ୧୨ଟଙ୍କା ହୋଇଗଲାଣି।

ଖାଇବା ତେଲର ମୂଲ୍ୟ ୧୮୦ରୁ ୨୦୦ଟଙ୍କାରୁ ବଢ଼ି ୨୦୦-୨୨୦ଟଙ୍କା କିଲୋ ହୋଇଗଲାଣି। ଡାଲିର ମୂଲ୍ୟ ବଢ଼ି ଯାଇଛି। ମୁଗ,ମସୁର ଏବଂ ହରଡ଼ ଡାଲିର ମୂଲ୍ୟ ପୂର୍ବରୁ ୯୦ଟଙ୍କାରୁ ୧୦୦ଟଙ୍କା ଭିତରେ ଥିଲା କିନ୍ତୁ ଏବେ ଏହା ବଢ଼ି ୧୪୦ଟଙ୍କାରୁ ୧୬୦ଟଙ୍କା ହୋଇଗଲାଣି। ଖୋଲା କ୍ଷୀର ୧୦୦-୧୨୦ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି ଯାହା ପୂର୍ବରୁ ୯୪ଟଙ୍କାରେ ମିଳୁଥିଲା।

ସେହିଭଳି ସିମେଣ୍ଟ ଏବଂ ଷ୍ଟିଲ ଛଡ଼ର ଦରରେ ମଧ୍ୟ ବୃଦ୍ଧି ଘଟିଛି।

   Related Posts