ଇମ୍ରାନ ଖାନଙ୍କ ଗାଦି ଟଳମଳ: ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଣିବେ ମରିୟମ, ଇସ୍ତଫା ଦାବି କଲେ ବିରୋଧୀ
4/03/2021 at 1:01 PM

ନୂଆଦିଲ୍ଲୀ ୦୪/୦୩ : ପାକିସ୍ତାନ ଇମ୍ରାନ ଖାନ ସରକାର ବର୍ତ୍ତମାନ ବିପଦରେ। ପାକିସ୍ତାନରେ ହୋଇଥିବା ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପିର ବରିଷ୍ଠ ନେତା ୟୁସୁଫ ରଜା ଗିଲାନି ଇସ୍ଲାମଵାଦରୁ ବିଜୟୀ ହୋଇଛନ୍ତି। ସେ ୧୬୯ ଭୋଟ ହାସଲ କରିଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ଇସ୍ଲାମଵାଦ ଆସନ ହରାଇଛନ୍ତି। ୟୁସୁଫ ରଜା ଗିଲାନି ନିର୍ବାଚନରେ ଇମ୍ରାନ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଡ.ଶେଖଙ୍କୁ ହରାଇଛନ୍ତି।
ପିଡ଼ିଏମ ନେତା ମରିୟମ ନବାଜ ଇମ୍ରାନ ଖାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି। ୧୧ ରାଜନୈତିକ ଦଳର ବୈଠକରେ ଏହାର ନିଷ୍ପତ୍ତି ହେବ। ବୁଧବାର ଦିନ ଇମ୍ରାନ ଖାନ ସିନେଟ୍ ନିର୍ବାଚନରେ ନିଜର ଅର୍ଥମନ୍ତ୍ରୀଙ୍କ ପରାଜୟ ପରେ ସଂସଦରେ ବିଶ୍ୱାସ ମତ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଇମ୍ରାନ ଖାନଙ୍କ ନିକଟତର ଓ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ ଶେଖ ବୁଧବାର ଦିନ ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରଜା ଗିଲାନିଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେ ନିଜର କ୍ୟାବିନେଟ ସହଯୋଗୀଙ୍କ ବିଜୟ ପାଇଁ ବ୍ୟକ୍ତିଗତ ଭାବେ ମଧ୍ୟ ପ୍ରୟାସ କରିଥିଲେ। ପାକିସ୍ତାନ ପିପିପିର ବରିଷ୍ଠ ନେତା ଗିଲାନି ବିରୋଧୀ ମେଣ୍ଟ ପାକିସ୍ତାନୀ ଡେମୋକ୍ରାଟିକ ମୁଭମେଣ୍ଟ (ପିଡ଼ିଏମ)ର ସର୍ବସମ୍ମତ ପ୍ରାର୍ଥୀ ଥିଲେ। ଗିଲାନିଙ୍କ ବିଜୟ ପରେ ଅନେକ ବିରୋଧୀ ନେତା ଇମ୍ରାନ ଖାନଙ୍କୁ ସମାଲୋଚନା କରିଛନ୍ତି ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଉଚିତ ବୋଲି ଦାବି କରିଛନ୍ତି।