ଇମରାନ ଖାନଙ୍କୁ ପାକ୍ ସୁପ୍ରିମକୋର୍ଟର ତାତ୍ସଲ୍ୟ: 'ଲୋକଙ୍କୁ ମାରିବା ପାଇଁ କରୋନା ଷଡଯନ୍ତ୍ର କରିଛ !'

Published By : Prameya-News7 Bureau | May 05, 2020 IST

ଲାହୋର ୦୫|୦୫ :  ପାକିସ୍ତାନ ସରକାର କରୋନା ଭାଇରସର ମୁକାବିଲା କରିପାରୁ ନାହାଁନ୍ତି । କରୋନା ସଂକ୍ରମଣ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଏହାକୁ ନେଇ ପାକିସ୍ତାନ ସୁପ୍ରିମକୋର୍ଟ ଇମରାନ ସରକାରଙ୍କୁ ସମାଲୋଚନା କରିଛନ୍ତି । ବେଖାତିର ଓ ଖାମଖିଆଲ ମନୋଭାବ ପାଇଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ସରକାର ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ ଆବଶ୍ୟକୀୟ ଅର୍ଥ ବିନିଯୋଗ କରିପାରୁ ନାହାଁନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ବିରୋଧରେ ଷଡଯନ୍ତ୍ର ରଚୁଥିବା ଭଳି ମନେ ହେଉଛି । କେବଳ କାଗଜ ପତ୍ରରେ ହିଁ ସରକାର କରୋନା ମୁକାବିଲା କରୁଛନ୍ତି । ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଓଲଟା । ମାସ୍କ ଓ ପିପିଆଇ କମିବା ପାଇଁ ସରକାର ଯେଉଁ ଅର୍ଥରାଶି ଖର୍ଚ୍ଚ କରିଛନ୍ତି ତାହାର ଅଡିଟ୍ ହେଉ ବୋଲି କୋର୍ଟ କହିଛନ୍ତି । ଏହାସହ ଦେଶର ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ଅର୍ଥ ପ୍ରଦାନ ପାଇଁ ଇମରାନ ସରକାରକୁ ନିର୍ଦ୍ଦେଶ ମଧ୍ୟ ଦେିଛନ୍ତି । ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ସେମାବାର ଏହି ମାମଲାର ଶୁଣାଣି କରିଥିଲେ । ଏହାର ପୂର୍ବ ଶୁଣାଣିରେ ମଧ୍ୟ କୋର୍ଟ ସରକାରଙ୍କ ଉପରେ ବର୍ଷିଥିଲେ ।

ପାକିସ୍ତାନରେ ଏବେ କରୋନା ସଂକ୍ରମିତଙ୍କ ମାମଲା ୨୦ ହଜାର ଅତିକ୍ରମ କରିଛି । ଏବେସୁଦ୍ଧା ସେଠାରେ ୪୬୨ଜଣ ପ୍ରାଣ ହରାଇ ସାରିଛନ୍ତି । ବିଭିନ୍ନ ସରକାରୀ ବିଭାର ଏହି ମହାମାରୀର ମୁକାବିଲା ପାଇଁ କଣ ପଦକ୍ଷେପ ନେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁନାହିଁ । ଅର୍ଥକୁ ମଧ୍ୟ ସରକାର ଠିକ ଭାବେ ଖର୍ଚ୍ଚ କରିପାରୁ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.