Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରୋଜଗାର ବଢାଇବାକୁ ଇମ୍ରାନ ଖାନ୍ ଦେଲେ ଅଜବ ଆଇଡ଼ିଆ : ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଦେଶବାସୀ

4/06/2020 at 3:51 PM

କରାଚୀ ୦୪/୦୬ : ପାକିସ୍ତାନରେ କରୋନା ମାମଲା ବୃଦ୍ଧି ପାଇବା ସହ ବର୍ତ୍ତମାନ ଆଉ ଏକ ସଙ୍କଟ ଦେଖାଦେଇଛି | ଦେଶରେ ପଙ୍ଗପାଳଙ୍କ ହମଲା ମଧ୍ୟ ଜାରି ରହିଛି | ପଙ୍ଗପାଳ ସବୁ ଫସଲ ନଷ୍ଟ କରି ଦେଉଛନ୍ତି | ପଙ୍ଗପାଳ ଫସଲ ନଷ୍ଟ କରିଦେଉଥିବା ନେଇ ଚାଷୀ ଚିନ୍ତାରେ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଙ୍ଗପାଳ ସମ୍ପର୍କରେ ଏହିଭଳି ଏକ ବୟାନ ଦେଇଛନ୍ତି ଯାହାକୁ ଶୁଣି ପାକିସ୍ତାନ ଜନତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଇମ୍ରାନ ଖାନ ପଙ୍ଗପାଳ ଆକ୍ରମଣକୁ ଏକ ମଉକା ବୋଲି କହିଛନ୍ତି | ସେ କହିଛନ୍ତି ଯେ ଲୋକେ ପଙ୍ଗପାଳଙ୍କୁ ଧରି କୁକୁଡ଼ା ଚାଷୀଙ୍କୁ ବିକ୍ରି କରିଦିଅନ୍ତୁ | ଫଳରେ ଲୋକଙ୍କୁ ନୂଆ ରୋଗଜରା ପନ୍ଥା ମିଳିବ |

ଇମ୍ରାନ କହିଛନ୍ତି, ଦେଶ ବର୍ତ୍ତମାନ ଦୁଇ ପ୍ରକାର ସଙ୍କଟ ଦେଇ ଗତି କରୁଛି | ଗୋଟାଇପଟେ କରୋନା ନିୟନ୍ତ୍ରଣ ହେବା ନାଁ ନେଉନି | ସେପଟେ ପଙ୍ଗପାଳ ଚାଷ ନଷ୍ଟ କରି ଦେଉଛନ୍ତି | ଏହିଭଳି ସ୍ଥିତିରେ ଲୋକେ ପଙ୍ଗପାଳଙ୍କୁ ଧରି ବିକ୍ରି କରିଦେବା ଉଚିତ | ପଙ୍ଗପାଳଙ୍କୁ ଧରି ଯଦି କୁକୁଡ଼ା ଚାଷୀଙ୍କୁ ବିକ୍ରି କରିଦିଆଯାଏ ତାହେଲେ କିଛି ରୋଜଗାର ମଧ୍ୟ ହୋଇପାରିବ ବୋଲି ଇମ୍ରାନ କହିଛନ୍ତି | କୁକୁଡ଼ା ଚାଷୀ କିଲୋ ପ୍ରତି ୧୫ ଟଙ୍କା ଦରରେ ପଙ୍ଗପାଳଙ୍କୁ କିଣିବେ ଏବଂ କୁକୁଡ଼ାଙ୍କ ଚାରା ଭାବେ ଏମାନଙ୍କୁ ବ୍ୟବହାର କରିବେ ବୋଲି କହିଛନ୍ତି ଇମ୍ରାନ |

ସଂଘୀୟ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରି ଇମ୍ରାନ ଖାନ ପଙ୍ଗପାଳ ମୁକାବିଲା ପାଇଁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି | ଏହାସହ ପଙ୍ଗପାଳଙ୍କୁ ଧରିବା ପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ମଧ୍ୟ କହିଛନ୍ତି |

ସୂଚନା ଅନୁଯାୟୀ, ପାକିସ୍ତାନ ବେଲୁଚିସ୍ତାନ ପ୍ରାନ୍ତରେ ବହୁ ମାତ୍ରାରେ ପଙ୍ଗପାଳ ଆକ୍ରମଣ କରିଛନ୍ତି | ବେଲୁଚିସ୍ତାନର ୩୧ ଜିଲ୍ଲାରେ ପଙ୍ଗପାଳ ହମଲା କରିଛନ୍ତି ଯାହାଫଳରେ ଅନେକ ଫସଲ ନଷ୍ଟ ହୋଇଛି | ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ କହି ପାକିସ୍ତାନ ସରକାର ଚାଷୀଙ୍କୁ ଫସଲ ରକ୍ଷା କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ବୋଲି କୁହାଯାଉଛି |

   Related Posts