କରୋନା ପାଇଁ ଚିନ୍ତିତ ନୁହଁନ୍ତି ଇମରାନ ସରକାର, ଫଣ୍ଡରେ ଦେଇ ନାହାଁନ୍ତି ଗୋଟିଏ ହେଲେ ଟଙ୍କା

Published By : Prameya-News7 Bureau | March 24, 2020 IST

ଲାହୋର, ୨୪ ୦୩: ଏକମାତ୍ର ସାର୍କ୍ ଦେଶ ଭାବେ ପାକିସ୍ତାନ କରୋନା ପାଇଁ ଗଠିତ ଆପତକାଳୀନ ଫଣ୍ଡରେ ଯୋଗଦାନ ଦେଇ ନାହିଁ । ଏହି ଫଣ୍ଡକୁ ଭାରତ ୧୦ ମିଲିୟନ ଡଲାରରେ ଆରମ୍ଭ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୫ ତାରିଖରେ ସାର୍କ୍ ଦେଶର ନେତାଙ୍କ ସହ ଭିଡିଓ କନଫରେନସିଂରେ କରୋନା ମୁକାବିଲା ବାବଦରେ ଆଲୋଚନା ସହ ଫଣ୍ଡ୍ ଗଠନ କରିଥିଲେ ।

{"id":243613,"width":753,"height":422,"sizeSlug":"large"}

ଏବେ ସୁଦ୍ଧା ଏହି ଫଣ୍ଡରେ ଆଫଗାନିସ୍ତାନ ୧ ମିଲିୟନ, ବାଂଲାଦେଶ ୧.୫ ମିଲିୟନ, ଭୁତାନ ୧ ଲକ୍ଷ ଡଲାର, ମାଳଦୀପ ୨ ଲକ୍ଷ ଡଲାର, ନେପାଳ ୧ ମିଲିୟନ ଡଲାର ଓ ଶ୍ରୀଲଙ୍କା ୫ ମିଲିୟନ ଡଲାର ପ୍ରଦାନ କରିଛନ୍ତି ।

{"id":243614,"width":755,"height":425,"sizeSlug":"large"}

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଏହି ଫଣ୍ଡକୁ ସାର୍କ ଦେଶମାନେ ମିଳିତ ଭାବେ କାମ କରିବା ନେଇ ଗଠନ କରାଯାଇଥିଲା । ତେବେ ପାକିସ୍ତାନର ମୁଖ୍ୟ ମଧ୍ୟ ସାର୍କ୍ ଭିଡିଓ କନଫରେନ୍ସିଂରେ ଯୋଗ ଦେଇ ନଥିଲେ । ପ୍ରଧାନମନ୍ତ୍ରୀ ଇମରାନ ଖାନ ସମ୍ମିଳନୀରୁ ନିଜକୁ ଦୂରରେ ରଖିଥିଲେ । ତାଙ୍କ ବଦଳରେ ସେଠାକାର ସ୍ୱାସ୍ଥମନ୍ତ୍ରୀ କନଫରେନ୍ସିଂରେ ଯୋଗ ଦେଇଥିଲେ । କିନ୍ତୁ ସେ କାଶ୍ମୀର ପ୍ରସଙ୍ଗ ଉଠାଇ ବିବାଦରେ ଫସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.