ନିଜ କୁହାଳିଆ ମନ୍ତ୍ରୀ ଶେଖ୍‌ ରଶିଦଙ୍କୁ ଏମିତି ଅପମାନ କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ

Published By : Prameya-News7 Bureau | March 07, 2021 IST

ଇସ୍ଲାମାବାଦ ୦୭/୦୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ କ୍ୟାବିନେଟ୍‌ ମନ୍ତ୍ରୀ ଶେଖ ରଶିଦଙ୍କୁ ବଡ଼ ଅପମାନ ଦେଇଛନ୍ତି। ଏନେଇ ଭିଡିଓ ଭାଇରାଲ୍‌ ହେଉଛି। ଶୁକ୍ରବାର ପାକିସ୍ତାନ ସଂସଦରେ ଇମ୍ରାନ ଖାନ ସରକାର ବିଶ୍ବାସ ମତ ହାସଲ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପାର୍ଟିର ସମସ୍ତ ସାଂସଦ ଏବଂ ମନ୍ତ୍ରୀଙ୍କ ସିଟ୍‌ ପାଖକୁ ଯାଇ ହାତ ମିଳାଇଥିଲେ। ଏହି ସମୟରେ ଇମ୍ରାନ ଖାନ ଶେଖ ରଶିଦଙ୍କ ସିଟ୍‌ ପାଖକୁ ମଧ୍ୟ ଯାଇଥିଲେ। ତାଙ୍କ ପାଖ ସିଟ୍‌ରେ ବସିଥିବା ଅନ୍ୟ ସାଂସଦଙ୍କ ସହ କରମର୍ଦ୍ଦନ କରିବା ସହ କଥା ହୋଇଥିଲେ। କିନ୍ତୁ ଶେଖ ରଶିଦଙ୍କ ଆଡ଼କୁ ଜମା ଦୃଷ୍ଟି ଦେଇନଥିଲେ ଇମ୍ରାନ ଖାନ।

ସେପଟେ ସବୁ ବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ଶେଖ ରସିଦ, ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇବାକୁ ହାତ ଆଗକୁ କରୁଥିବା ବେଳେ ଇମ୍ରାନ ଖାନ ତାଙ୍କୁ ନଦେଖିଲା ପରି ଆଗକୁ ବଢ଼ିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ଇମ୍ରାନ ଖାନ ଆଗକୁ ପଳାଇଯିବା ପରେ ରସିଦ ସାର ନିଜ ଅପମାନକୁ ଲୁଚାଇବାକୁ ଯାଇ ସ୍ମିତ ହାସ୍ୟ ଦେଇ ଚୁପ ଚାପ ନିଜ ସିଟ୍‌ରେ ବସିପଡ଼ିଥିଲେ।

wp:embed {"url":"https://twitter.com/BaaghiTV/status/1368470738722766865","type":"rich","providerNameSlug":"twitter","responsive":true,"className":""}
https://twitter.com/BaaghiTV/status/1368470738722766865
/wp:embed

ଶେଖ ରଶିଦ ସେହି ପାକ ମନ୍ତ୍ରୀ ଯିଏକି ଭାରତ ଉପରେ ପରମାଣୁ ବୋମା ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଇମ୍ରାନ ଖାନ ନିଜ ମନ୍ତ୍ରୀ ଶେଖ ରଶିଦଙ୍କୁ ପସନ୍ଦ କରୁନଥିବା ନେଇ ଅନେକ ଥର ଖବର ସାମ୍ନାକୁ ଆସିଛି। ତେଣୁ ଶେଖ ରଶିଦ ପାଖରୁ ରେଳ ମନ୍ତ୍ରାଳୟ ଛଡ଼ାଇ ନେଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ।

ଶେଖ ରଶିଦ ଭାରତ ଉ​‌ପ​‌ରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ପିଏ ମୋଦୀଙ୍କ ନାଁ ନେଉଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହୋଇଥିଲା। କେବଳ ସେତିକି ନୁହେଁ କରେଣ୍ଟ ଲାଗିବା ପଛରେ ଭାରତର ହାତ ଅଛି ବୋଲି କହିଥିଲେ ପାକ୍‌ ମନ୍ତ୍ରୀ ଶେଖ ରଶିଦ। ଅଗଷ୍ଟ ୨୦୧୯ରେ ଇଂଲଣ୍ଡର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ ରଶିଦଙ୍କୁ ମାଡ଼ ମାରିବା ସହ ଅଣ୍ଡା ଫିଙ୍ଗିଥିଲେ। ପୋଲିସ ଆସିବା ପୂର୍ବରୁ ନିଜ ଜୀବନ ବଞ୍ଚାଇବାକୁ ଲୁଚି ପଳାଇଥିଲେ ଶେଖ ରଶିଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.