କେହି କିଣିବାକୁ ଚାହୁଁନାହାନ୍ତି ଚୀନ ଭ୍ୟାକସିନ୍, ସେଲ୍ସ ମ୍ୟାନ୍ ସାଜି ଅନ୍ୟ ଦେଶକୁ ଟିକା କିଣିବାକୁ ଗୁହାରି କରୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 06, 2021 IST

ଇସ୍ଲାମାବଦ ୬/୬: ଚୀନ ପାଇଁ ଏବେ ସେଲ୍ସ ମ୍ୟାନ ସାଜିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ୍‌ । ଚୀନ ଭ୍ୟାକସିନ୍‌ କିଣିବାକୁ କୌଣସି ଦେଶ ରାଜି ହେଉନଥିବା ବେଳେ ଇମ୍ରାନ୍‌ ଖାନ ବିକ୍ରି ଦାୟିତ୍ବ ନେଇଛନ୍ତି। ଖୋଦ ତାଙ୍କ ମନ୍ତ୍ରୀ ଏନେଇ ପୋଲ୍‌ ଖୋଲିଛନ୍ତି।

ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରଶିଦ ରବିବାର କହିଛନ୍ତି ସାଉଦି ଆରବ ସମେତ ଅନ୍ୟ ମଧ୍ୟ ପ୍ରାଚ୍ୟ ଦେଶ ଚୀନ ଟିକା ନେବାକୁ ଅମଙ୍ଗ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏହାର ଦାୟିତ୍ବ ନେଇଛନ୍ତି। ଚୀନ ଭ୍ୟାକସିନ୍‌ କିଣିବାକୁ ଏହି ସବୁ ଦେଶଗୁଡ଼ିକୁ ଇମ୍ରାନ ଖାନ ଗୁହାରି କରୁଛନ୍ତି ବୋଲି ଶେଖ ରଶିଦ କହିଛନ୍ତି।

ଇସ୍ଲାମାବାଦରେ ଏକ ସାମ୍ବାଦିକ ସମ୍ମଳନୀରେ ରଶିଦ କହିଛନ୍ତି, ‘ସେ (ଇମ୍ରାନ ଖାନ) କ୍ୟାବିନେଟ୍‌ରେ କହିଥିଲେ ଏବେ ସେ  ମିଡଲ୍‌ ଇଷ୍ଟ ଦେଶଗୁଡ଼ିକ ସହ ସମ୍ପର୍କରେ ଅଛନ୍ତି। ସିନୋଫାର୍ମ ଏକ ଭଲ ଭ୍ୟାକସିନ୍‌ ଏବଂ ଏହି ମାମଲାରେ ଚୀନର ସହଯୋଗକୁ ସ୍ୟାଲ୍ୟୁଟ କରୁଛି।’

ଚୀନ କମ୍ପାନୀ ତିଆରି କରିଥିବା ସିନୋଫାର୍ମ କୋଭିଡ-୧୯ ଭ୍ୟାକସିନକୁ ଗତ ମାସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିବା ପ​‌ରେ ବି  ଚୀନ ଟିକାର ପ୍ରଭାବକୁ ନେଇ ଏବେ ଚିନ୍ତା ଜାରି ରହିଛି। ତେବେ ଏନେଇ ଖୋଦ ଚୀନର ସେଣ୍ଟ୍ରାଲ୍‌ ଫର ଡିଜିଜ୍‌ କଂଟ୍ରୋଲ (ସିଡିସି) ସ୍ବୀକାର କରିଥିଲା। ଏହା ପରେ ବି ଚୀନ ୪୩ ଦେଶକୁ ୩୦ କୋଟି ଡୋଜ୍‌ ପଠାଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.