ବିବାହର ୮ବର୍ଷ ପରେ ଇମରାନ ଏବଂ ଅବନ୍ତୀକାଙ୍କ ସମ୍ପର୍କରେ ଫାଟ : ଖୁବ୍ ଶୀଘ୍ର ହେବେ ଅଲଗା

Published By : Prameya-News7 Bureau | May 23, 2019 IST

ନୂଆଦିଲ୍ଲୀ ୨୩/୫: ବଲିଉଡରେ ନିଜର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ରୁ ହିଟ୍ ହୋଇଥିବା ଅଭିନେତା ଇମରାନ ଖାନ୍ ଦୀର୍ଘ ଦିନରୁ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି। ଏବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମନାକୁ ଆସିଛି। ଇମରାନ ଖାନ୍ ଏବଂ ତାଙ୍କ ପତ୍ନୀ ଅବନ୍ତିକା ମଲ୍ଲିକଙ୍କ ମଧ୍ୟରେ ବିଚ୍ଛେଦ ଖବର ସାମନାକୁ ଆସିଛି।

{"id":115162,"width":593,"height":403}

ଇମରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତୀକା ମଲ୍ଲିକଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। କିଛି ମାସ ହେଲା ସ୍ବାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଚାଲିଥିଲା। ଏଥିପାଇଁ ଅବନ୍ତୀକା ଇମରାନ ଖାନଙ୍କ ମୁମ୍ବାଇର ପାଲି ହିଲ ସ୍ଥିତ ଘର ଛାଡ଼ି ଦେଇଛନ୍ତି। ଅବନ୍ତୀକା ନିଜ ସ୍ବାମୀଙ୍କ ଘର ଛାଡ଼ି ଏବେ ତାଙ୍କ ପରିବାର ସହ ଅଛନ୍ତି।  

{"id":115163,"width":593,"height":445}

ଇମରାନ ଖାନ ଏବଂ ଅବନ୍ତୀକା ମଲ୍ଲିକଙ୍କ ପ୍ରେମ କେବେ ଚର୍ଚ୍ଚାର ଶିଖରରେ ପହଞ୍ଚିଥିଲା। ୮ବର୍ଷ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ୨୦୧୧ମସିହାରେ ପରିବାର ଏବଂ କେତେକ ସମ୍ପର୍କୀୟଙ୍କ ଉପସ୍ଥିତିରେ ନିରାଡମ୍ବରରେ ବିବାହ କରିଥିଲେ।

{"id":115165,"width":596,"height":278}

ଏହି ବିବାହରେ ବଲିଉଡର କେତେକ ଅଭିନେତା ଅଭିନେତ୍ରୀ ଉପସ୍ଥିତ ଥିଲେ। ଇମରାନ ଏବଂ ଅବନ୍ତୀକାଙ୍କ ଗୋଟିଏ ଝିଅ। ତାଙ୍କ ଝିଅଙ୍କ ନାଁ ଇମାରା। ତାଙ୍କୁ ମାତ୍ର ୫ବର୍ଷ। ଶେଷ ଥର ଇମରାନ ‘କଟ୍ଟି ବଟ୍ଟି’ ଫିଲ୍ମରେ ଦେଖା ଯାଇଥିଲେ।

{"id":115166,"width":595,"height":334}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.