ଦୁଷ୍କର୍ମକାରୀଙ୍କୁ ଇଞ୍ଜେକ୍ସନ୍ ଦେଇ କରାଯିବ ନପୁଂସକ : ପାକିସ୍ତାନରେ ନୂଆ ଆଇନ ଚୁକ୍ତିକୁ ମଞ୍ଜୁରୀ

Published By : Prameya-News7 Bureau | November 25, 2020 IST

ଇସଲାମାବାଦ ୨୫/୧୧: ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଇମରାନ୍ ଖାନ୍ ଏକ ନୂଆ ଆଇନ୍ ଆଣିବାକୁ ଯାଉଛି। ଏହି ଆଇନ୍ ଅନୁସାରେ ଦୁଷ୍କର୍ମକାରୀଙ୍କୁ ଇଞ୍ଜେକ୍ସନ୍ ଦେଇ ନଂପୁସକ କରି ଦିଆଯିବ। ମେଡିକାଲ୍ ସାଇନ୍ସରେ ଏହି ପ୍ରକ୍ରିୟାକୁ କେମିକାଲ୍ କାଷ୍ଟ୍ରେସନ(ରାସାୟନିକ ବନ୍ଧ୍ୟାକରଣ) କୁହାଯାଏ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏହି ଆଇନକୁ ବନାଇବା ପାଇଁ ସିଦ୍ଧାନ୍ତମୂଳକ ମଞ୍ଜୁରୀ ଦେଇଛନ୍ତି। ଏହା ବ୍ୟତୀତ ଯୌନ ଶୋଷଣ ମାମଲାର ଖୁବ୍ ଶୀଘ୍ର ଶୁଣାଣି କରାଯିବ।

ପାକିସ୍ତାନର ଜିଓ ଟିଭି ମୁତାବକ,କ୍ୟାବିନେଟ୍ ବୈଠକରେ ପାକିସ୍ତାନର ଆଇନ୍ ମନ୍ତ୍ରଣାଳୟ ଏହି ବିଲର ଚୁକ୍ତି ପ୍ରଧାନମନ୍ତ୍ରୀ ସାମନାରେ ରଖିଥିଲେ। ଏହି ସମୟରେ ଏହି ବିଲ୍‌ର ଅନେକ ଯୋଜନା ଉପରେ ଚର୍ଚ୍ଚା ହୋଇଛି।

ଏ ବାବଦରେ ଏବେ ଯାଏଁ ଆଧିକାରିକ ଘୋଷଣା ହୋଇ ନାହିଁ। ଦୁଷ୍କର୍ମ ଘଟଣା ପରେ ପାକିସ୍ତାନ ନିଜ ପୁଲିସିଙ୍ଗ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିବାର ଦାବି କରୁଛି। ଏହା ଅନୁସାରେ ପୋଲିସରେ ମହିଳାଙ୍କ ସଂଖ୍ୟା ବଢ଼ାଯିବ,ଦୁଷ୍କର୍ମ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରାଯିବ ଏବଂ ପ୍ରମାଣ ଏବଂ ସାକ୍ଷୀକୁ ସୁରକ୍ଷା ଦିଆଯିବ।

ଇମରାନ୍ ଖାନ୍ କହିଛନ୍ତି ଯେ ଏହା ଏକ ଗମ୍ଭୀର ମାମଲା ଏବଂ ଏଥିରେ ବିଳମ୍ବ ହେବ ନାହିଁ। ନୂଆ ଆଇନ୍ ସ୍ପଷ୍ଟ ଏବଂ ପାରଦର୍ଶୀ ହେବ ଏବଂ ଏଥିରେ କଠୋର ଦଣ୍ଡର ବ୍ୟବସ୍ଥା ରହିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି ଯେ ଦୁଷ୍କର୍ମ ପୀଡ଼ିତା ବିନା ଭୟରେ ମାମଲା ରୁଜୁ କରି ପାରିବେ ଏବଂ ସରକାରଙ୍କ ଦାୟିତ୍ବ ରହିବ ଯେପରି ତାଙ୍କୁ ସୁରକ୍ଷା ଦିଆଯିବ।

ମିଟିଂରେ କିଛି ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦେବା ପାଇଁ ରାୟ ଦେଇଥିଲେ। କିନ୍ତୁ ପ୍ରଧାନ ମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି ଯେ କେମିକାଲ୍ କାଷ୍ଟ୍ରେସନ ଆରମ୍ଭ ହେବ। କ୍ୟାବିନେଟ୍ ସିଦ୍ଧାନ୍ତମୂଳକ ଭାବେ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ମଞ୍ଜୁରୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.