ଇମରାନ ଚାହୁଁଛନ୍ତି ଭାରତ-ପାକିସ୍ତାନ କ୍ରିକେଟ ଶୀଘ୍ର ଆରମ୍ଭ ହେଉ,ନବାଜଙ୍କ ସମର୍ଥିତ ସେଠୀଙ୍କ ସ୍ଥାନରେ ଏହସାନଙ୍କୁ କଲେ ପିସିବି ଚିଫ୍
21/08/2018 at 12:23 AM

ଇସଲାମାବାଦ ୨୧/୮: ପାକିସ୍ତାନ କ୍ରିକେଟ ବୋର୍ଡ଼ର ଚେୟାରମ୍ୟାନ ନଜମ ସେଠୀଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହସାନ ମନୀଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ମନୀଙ୍କ କହିବା ଅନୁସାରେ ଇମରାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପକ୍ଷୀୟ କ୍ରିକେଟ ମ୍ୟାଚ ଆରମ୍ଭ କରିବା ଦିଗରେ ଅତ୍ୟନ୍ତ ଉତ୍ସୁକ ଅଛନ୍ତି। ସାଧାରଣ ନିର୍ବାଚନ ସମୟରେ ଇମରାନ ଏବଂ ସେଠୀଙ୍କ ସମ୍ପର୍କରେ ତିକ୍ତତା ଦେଖା ଯାଇଥିଲା। ସେଠୀ ନବାଜଙ୍କ ସମର୍ଥକ ଅଟନ୍ତି। ଇମରାନ ନିଜ ଟ୍ବିଟରେ ଲେଖିଛନ୍ତି-ମୁଁ ଏହସାନ ମନୀଙ୍କୁ ପିସିବି ପ୍ରମୁଖଙ୍କ ପଦରେ ନିଯୁକ୍ତ କରିଛି। ତାଙ୍କ ପାଖରେ ଏହି କାମ ପାଇଁ ଯଥେଷ୍ଟ ଯୋଗ୍ୟତା ରହିଛି। ମନୀ ମଧ୍ୟ ଆନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ରହି ଆସିଛନ୍ତି।
ସେଠୀ ଇସ୍ତଫା ଦେବାବେଳେ କହିଲେ,ପିସିବିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ସେ ନୂତନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣର ଅପେକ୍ଷା କରିଥିଲେ। ସେ ବର୍ତ୍ତମାନ ଇସ୍ତଫା ଦେଇସାରିଛନ୍ତି। ସେ ପିସିବିକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଶା କରିଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ ଆହୁରି ମଜବୁତ ହେବ।