Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପୁଣି ସ୍ବାମୀ ଇମରାନଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ଅବନ୍ତିକା : ସ୍ବାମୀଙ୍କୁ ମନାଇବା ପାଇଁ ଇନଷ୍ଟାରେ ସେୟାର କଲେ ଏଭଳି ପୋଷ୍ଟ

18/04/2020 at 12:11 PM

ମୁମ୍ବାଇ ୧୮/୪: ଇମରାନ୍ ଖାନ୍ ଏବଂ ତାଙ୍କ ପତ୍ନୀ ଅବନ୍ତିକା ମଲ୍ଲିକଙ୍କ ଅଲଗା ହେବାର ଖବର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି। ଅବନ୍ତିକାଙ୍କ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲୋକଙ୍କୁ ସନ୍ଦେହ ହୋଇଥିଲା ଯେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ପରେ ଜଣା ପଡ଼ିଥିଲା ଯେ ଅବନ୍ତିକା ସତରେ ତାଙ୍କ ବାପଘରେ ରହୁଛନ୍ତି ଏବଂ ଇମରାନଠୁ ଦୂରେଇ ଯାଇଛନ୍ତି। ଏହା ପରେ ଉଭୟଙ୍କ ଡିଭୋର୍ସ ଖବର ମଧ୍ୟ ଆସିଥିଲା। କିନ୍ତୁ ଏବେ ଲାଗୁଛି ଯେ ଦୁହେଁ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅବନ୍ତିକା ଦୀର୍ଘ ଦିନରୁ ସୋସିଆଲ ମିଡିଆରେ ଅଜବ ପୋଷ୍ଟ ସେୟାର କରୁଛନ୍ତି। ତାଙ୍କ ଏହି ପୋଷ୍ଟରୁ ଇମରାନ୍ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ଅନୁମାନ ଲଗାଯାଉଛି। ଏବେ ସେ ଆଉ ଥରେ ଏପରି ଅଜବ ପୋଷ୍ଟ କରିଛନ୍ତି।

ଅବନ୍ତିକା ମଲିକ ସୋସିଆଲ ମିଡିଆରେ ନିଜ ଝିଅ ଇମାରାଙ୍କ ସହ ଏକ ବହୁତ ସୁନ୍ଦର ମୋନୋକ୍ରୋମ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଝିଅକୁ କିସ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋଟି କୌଣସି ଫଙ୍କସନରେ ନିଆଯାଇଛି। ଉଭୟ ମା ଓ ଝିଅ ଏଥନିକ୍ ଡ୍ରେସ୍ ପିନ୍ଧିଛନ୍ତି।

ସେ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି ଯେ ‘ ସେ ପ୍ରେମ ସହ ରହିବାର ନିଷ୍ପତ୍ତି ନେଇଛନ୍ତି। ଘୃଣା ବହୁତ ଭାରି ବୋଝ। ଯେତେବେଳେ ତାଙ୍କୁ ଦୁନିଆରେ ଭରସା କରିବାକୁ କିଛି ଦରକାର ଥିଲା ସେତେବେଳେ ବ୍ରହ୍ମାଣ୍ଡ ତାଙ୍କୁ ଈଶାରା ଦେଇଥିଲା… ଜାଦୁ!!’

୨୦୧୧ମସିହାରେ ଅବନ୍ତିକା ଏବଂ ଇମରାନ ଖାନଙ୍କ ବିବାହ ହୋଇଥିଲା। ଏହା ପୂର୍ବରୁ ସେମାନେ ପରସ୍ପରକୁ ଦୀର୍ଘ ଦିନରୁ ଡେଟ୍ କରିଥିଲେ। ୨୦୧୪ମସିହାରେ ତାଙ୍କ ଝିଅ ଇମାରାଙ୍କ ଜନ୍ମ ହୋଇଥିଲା।

 

   Related Posts