Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ପଡ଼ୋଶୀଙ୍କୁ ମାଗଣାରେ କରୋନା ଟିକା ବାଣ୍ଟୁଛି ଭାରତ, କିଣିବାକୁ ପଇସା ଅଣ୍ଡାଳୁଛି ପାକିସ୍ତାନ

21/01/2021 at 5:47 PM

ଇସ୍ଲାମାବାଦ ୨୧।୧ : କରୋନା ଭାଇରସ ମହାମାରୀର ପ୍ରକୋପ ଏବେବି ପାକିସ୍ତାନରେ ଜାରି ରହିଛି। ପରିସ୍ଥିତିର ମୁକାବିଲା ଲାଗି ଇମ୍ରାନ ଖାନ ସରକାର ଭାରତ ପ୍ରସ୍ତୁତ ଟିକା କୋଭିସିଲ୍ଡକୁ ଜରୁରି ଉପଯୋଗ ଅନୁମତି ଦେଇଛନ୍ତି । ଏହା ସହ ଟିକା ସଂଗ୍ରହ ଓ ପରବର୍ତ୍ତି ପ୍ରକ୍ରିୟାକୁ ଘରୋଇ କ୍ଷେତ୍ର ଉପରେ ଲଦିଦେଇଛନ୍ତି। ଫଳରେ ଦେଶରେ କରୋନା ଟିକାକରଣ ନେଇ ଅନିଶ୍ଚିତତା ଦେଖା ଦେଇଛି।    

କରୋନା ଭାଇରସ ମହାମାରୀର ମୁକାବିଲା ଲାଗି ମାନବିକତା ଆଧାରରେ ଭାରତ ଯାହାବି ଦରକାର କରିବାକୁ ପ୍ରସ୍ତୁତ ବୋଲି ପ୍ରଥମରୁ ଘୋଷଣା କରିଛି। ବିଶ୍ୱର ପ୍ରଗତିଶୀଳ ଦେଶଙ୍କ ସହ ତାଳ ଦେଇ ଭାରତ ମଧ୍ୟ ନିଜର କରୋନା ଟିକା ପ୍ରସ୍ତୁତ କରିଛି। ଯାହାକୁ ଦେଶ ସମେତ ବିଶ୍ୱରେ ଆବଶ୍ୟକ କରୁଥିବା ସମସ୍ତ ରାଷ୍ଟ୍ରଙ୍କୁ ଦେବାଲାଗି ପ୍ରତିବଦ୍ଧ। ଏହି କ୍ରମରେ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ପଡୋଶୀ ମିତ୍ର ଦେଶଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ସରକାର ଭାକ୍ସିନ ଉପଲବ୍ଧ କରିସାରିଲେଣି। 

ତେବେ ନିକଟତମ ପଡୋଶୀ ହୋଇ ମଧ୍ୟ ପାକିସ୍ତାନ ଏପର୍ଯ୍ୟନ୍ତ ଦେଶରେ ଟିକାକରଣ ଦୂରର କଥା ଯୋଜନା ମଧ୍ୟ କରିନାହିଁ। ଅନ୍ୟପକ୍ଷରେ ମାର୍ଚ୍ଚ ସୁଧା ଦେଶରେ ଅନୁନ୍ୟ ୧୦ଲକ୍ଷ ଟିକାକରଣ ହେବ ବୋଲି ଇମ୍ରାନ ସରକାରଙ୍କ ଘୋଷଣା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ଦେଶରେ କୋଭିଡ ଟିକାକରଣ ଲାଗି ସରକାର ନିଜେ କୌଣସି ପଦକ୍ଷେପ ନେବା ବଦଳେ ଘରୋଇ କ୍ଷତ୍ର ଉପରେ ଦାୟିତ୍ୱ ଲଦି ଦେଇଛନ୍ତି।  

ପାକିସ୍ତାନୀ ସମ୍ବାଦପତ୍ର ‘ଦି ଡନ୍‌’ରେ ପ୍ରକାଶିତ ଖବର ଅନୁସାରେ ଘରୋଇ ଆମଦାନୀକାରୀ ଏ ନେଇ ସରକାରଙ୍କୁ ସେମାନଙ୍କର ମତାମତ ଦେଇଛନ୍ତି। ଯେଉଁଥିରେ ଅକ୍ସଫର୍ଡ ଆଷ୍ଟ୍ରାଜେନେକା ହେଉ ଅଥବା ଭାରତର ସିରମ ଇନିଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ପ୍ରତି ଡୋଜ କ୍ରୟ ନିମନ୍ତେ ୬ରୁ ୭ ଡଲାର ଅର୍ଥାତ ପାକିସ୍ତାନୀ ମୁଦ୍ରାରେ ୧ହଜାର ଟଙ୍କା ଖର୍ଚ୍ଚ ପଡିବ ବୋଲି ସୂଚିତ କରିଛନ୍ତି।  

ଏମିତିରେ ପାକିସ୍ତାନ ନିଜର ପରମ ମିତ୍ର ଚୀନ୍‌ ସିନୋଫର୍ମା ପ୍ରସ୍ତୁତ କରୋନା ଟିକାକୁ ମଧ୍ୟ ମଞ୍ଜୁରି ଦେଇଛି। ହେଲେ ଚୀନ୍‌ ଟିକା କିଣିବାକୁ ପାକିସ୍ତାନର ସାମର୍ଥ୍ୟ ବାହାରେ।  ପାକିସ୍ତାନର ପ୍ରମୁଖ ଔଷଧ ଏବଂ ଟିକା ଆମଦାନୀକାରୀ ସିଂଧ ମେଡିକାଲ ଷ୍ଟୋର ଟିକା କ୍ରୟ ସଂକ୍ରାନ୍ତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ପାକିସ୍ତାନକୁ ଟିକା କେବେ ମିଳିବ ସେ ନେଇ ସଂସ୍ଥା ସରକାରଙ୍କୁ ସ୍ପଷ୍ଟ ଭାବେ କିଛି କହି ନାହିଁ। ସିଂଧ ମେଡିକାଲ ଷ୍ଟୋରର ଉସ୍ମାନ ଘନୀ ଡନକୁ ଦେଇଥିବା ସୂଚନାରେ ନିୟାମକ ଟିକାକୁ ମଞ୍ଜୁର ଦେଇଛନ୍ତି ହେଲେ ଏପର୍ଯ୍ୟନ୍ତ ଲିଖିତ ମଞ୍ଜୁରି ଦେଇ ନଥିବାରୁ ଦର ନିର୍ଦ୍ଧାରଣ ସମ୍ଭବ ହେଉ ନଥିବା କହିଛନ୍ତି।

ତେବେ ଭାରତ ଏବେ ନେପାଳ, ବାଂଲାଦେଶ ଓ ଭୁଟ୍ଟାନ ଆଦି ଦେଶଙ୍କୁ ଟିକା ଯୋଗାଇ ଦେଇଥିବା ବେଳେ ସେଠାରେ ପ୍ରାରମ୍ଭିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଗଲାଣି ବୋଲି ଘନୀ କହିଛନ୍ତି।  ଗତ ଦିନରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ ଦେଶ ପ୍ରସ୍ତୁତ ଟିକାର ମୂଲ୍ୟ ସମ୍ପର୍କିତ ସୂଚନା ଦେଇଥିଲେ। ଏଥିରେ ଚୀନ୍‌ ସିନୋଫର୍ମା ଟିକାର ମୂଲ୍ୟ ଭାରତରେ ୫ହଜାର ୬୦୦ ଟଙ୍କାରୁ ଅଧିକ ହେବ ବୋଲି କହିଥିଲେ।

ଏଥିରୁ ଚୀନ୍‌ ଟିକା ଲାଗି ପାକିସ୍ତାନ ଆଶା ମଉଳି ଯାଇଥିବା ବେଳେ ଭାରତ ହିଁ  ସାହାଭରଷା। ଏଥିପାଇଁ ପାକିସ୍ତାନ ସରକାରୀ ସ୍ତରରେ ଉଦ୍ୟମ କଲେ ହୁଏତ ବାଂଲାଦେଶ, ନେପାଳ ଓ ଭୁଟ୍ଟାନ ଭଳି ଭାରତରୁ ନିଶୁଳ୍କରେ ଟିକା ମିଳିପାରନ୍ତା। ହେଲେ ଶାସକଙ୍କ ମନବୃତ୍ତି ଏବେ ଦେଶକୁ ବିପଦ ମୁହଁରେ ଛିଡା କରିଛି।

ପୁଲୱାମା ଆକ୍ରମଣ ପରେ ଭାରତ କାର୍ଯ୍ୟାନୁଷ୍ଠାନ କରିଥିଲା।  ଏହା ବିରୋଧରେ କୁଟନୈତିକ ପଦକ୍ଷେପ ନେବା ବଦଳେ ଇମ୍ରାନ ସରକାର ଭାରତ ସହ ଥିବା ଦ୍ୱିପାକ୍ଷୀକ ସମ୍ପର୍କକୁ ମଧ୍ୟ ଛିନ୍ନ କରିଥିଲେ। ଏବେ ଭାରତ ସରକାରଙ୍କ ସହ ଟିକା ଲାଗି ସିଧାଶଳଖ ଆଲୋଚନା କରିବାକୁ ମଧ୍ୟ ପାକିସ୍ତାନର ସାହାସ ନାହିଁ। ଏଣୁ ସରକାର କ୍ଷରୋଇ କ୍ଷେତ୍ର ଆଢୁଆଳରେ ନିଜକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି। ତେବେ ପାକିସ୍ତାନ ଭଳି ଏକ ଆର୍ଥିକ ଦୁର୍ବଳ ଦେଶରେ ବଜାରଦରରେ ଟିକା କିଣି ସରକାର କିପରି ଟିକାକରଣ କରିବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। 

   Related Posts