Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

Covid-19 ଟିକା କ୍ରୟ ଲାଗି ନାହିଁ ଇମ୍ରାନ ସରକାରଙ୍କ ଯୋଜନା, ଦାନକୁ ଅପେକ୍ଷା କରିଛି ଦେଶ

5/03/2021 at 5:28 PM

ଇସ୍ଲାମାବାଦ ୫।୩: ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଆତଙ୍କ ରଚିଛି। ଅନେକ ଦେଶ ଭୂତାଣୁ ସଂକ୍ରମଣରୁ ନାଗରିକଙ୍କ ଜୀବନ ରକ୍ଷା କରିବାକୁ ଟିକାକରଣ ଅଭିଯାନ ହାତକୁ ନେଇଛନ୍ତି। ହେଲେ ବିଶ୍ୱରେ ପାକିସ୍ତାନ ଏକମାତ୍ର ଦେଶ ଯିଏ କୋଭିଡ-୧୯ ଟିକା କ୍ରୟ ଲାଗି ଏପର୍ଯ୍ୟନ୍ତ ଯୋଜନା ମଧ୍ୟ କରିନି। ଦେଶର ପ୍ରମୁଖ ସମ୍ବାଦପତ୍ର ‘ଡନ’ ରିପୋର୍ଟକୁ ଅନୁଧ୍ୟାନ କଲେ ସରକାର ଏବେବି ଦାନ ଅପେକ୍ଷାରେ ଥିବା ଜଣାପଡିଛି। 

ବିଶ୍ୱର ଅନ୍ୟ ଦେଶଙ୍କ ଭଳି ପାକିସ୍ତାନ ମଧ୍ୟ କରୋନାରେ ଗୁରୁତର ପ୍ରଭାବିତ ହୋଇଛି। ଦେଶର ଦୁର୍ବଳ ଆର୍ଥିକ ପରିସ୍ଥିତି ଦ୍ୱାହି ଦେଇ ସରକାର କୋଭିଡ ନିୟନ୍ତ୍ରଣ ଲାଗି କୌଣସି ପରଦକ୍ଷେପ ନେଇ ନଥିଲେ। ଏଣୁ କରୋନା ବ୍ୟାପିବା ବେଳେ ଲୋକେ ପୋକ ମାଛି ପରି ମରିଥିବାର କୁହାଯାଇଛି। ତେବେ ଯେଉଁମାନେ ଏଥିରୁ ବର୍ତ୍ତି ଯାଇଛନ୍ତି ସେମାନଙ୍କ ଠାରେ ହାର୍ଡ ଇମ୍ୟନୁଟି ସୃଷ୍ଟି ହେବା ଓ ମିତ୍ର ଦେଶ ଚୀନ୍‌ ସହାୟତାରେ କରୋନା ମୁକାବିଲା ଲାଗି ପାକ୍ ସରକାର ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଚାଲିଛନ୍ତି।

ଖବର ଅନୁସାରେ ପାକିସ୍ତାନ ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍‌) ସଚିବ ଅମୀର ଅଶ୍ରଫ ଖ୍ୱାଜା ଗୁରୁବାର ପବ୍ଲିକ ଆକାଉଣ୍ଟ କମିଟି(ପିଏସି)ଙ୍କୁ ଏ ନେଇ ସୂଚିତ କରିଛନ୍ତି। ଯେଉଁଥିରେ ଶୀଘ୍ରାତିଶୀଘ୍ର ଟିକା କ୍ରୟ ନେଇ ସରକାରଙ୍କ କୌଣସି ଯୋଜନା ନଥିବା କହିଛନ୍ତି। ଏଥିରୁ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଇଥିବା ବେଳେ ପାକିସ୍ତାନ ଏବେବି ଦାନରେ ଟିକା ପାଇବାକୁ ଅପେକ୍ଷା କରି ରହିଛି ବୋଲି ସୂଚିତ କରିଛନ୍ତି।

ସେହିପରି ପାକିସ୍ତାନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଜର ଜେନେରାଲ ଅମୀର ଆମେର ଇକ୍ରାମ ଚୀନ୍‌ ଟିକା କେନସିନୋ ପ୍ରତି ଡୋଜ ମୂଲ୍ୟ ୧୩ ଡଲାର ପଡୁଥିବା କହିଛନ୍ତି। ଏଣୁ ଟିକା ଲାଗି ପାକିସ୍ତାନ ଅନ୍ତର୍ଜାତୀୟ ଅନୁଦାନକାରୀ ଓ ଚୀନ୍‌ ଉପରେ ଟିକା ଲାଗି ନିର୍ଭର କରି ରହିଛି। ତେବେ ଏନଏଚଏସ ସଚିବ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣରେ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତମ ଡାକ୍ତର ଓ କର୍ମଚାରୀଙ୍କୁ ସାମିଲ କରାଯିବ ବୋଲି ପିଏସିଙ୍କୁ ସୂଚିତ କରିଛନ୍ତି।

ତେବେ ପାକିସ୍ତାନ ଚଳିତବର୍ଷ ଦେଶରେ ୭ କୋଟି ଲୋକଙ୍କ କରୋନା ଟିକାକରଣ କରିବାକୁ ଯୋଜନା କରିଥିବା ସଚିବ କହିଛନ୍ତି। ଏଣୁ ଯେଉଁମାନଙ୍କ ବୟସ  ୬୫ ବର୍ଷ ଅଥବା ଏହାଠୁ ଅଧିକ ସେମାନେ କୋଭିଡ ଟିକାକରଣ ଲାଗି ପଞ୍ଜିକରଣ କରାଇ ପାରିବେ। ତେବେ ପିଏସି ଅଧ୍ୟକ୍ଷ ରାଣା ତନବୀର ହୁସେନଙ୍କ ଏକ ପ୍ରଶ୍ନର ଉତ୍ତରେ ସଚିବ ଭାରତର ସେରମ ଇନିଷ୍ଟିଚ୍ୟୁଟ ପ୍ରସ୍ତୁତ ଆଷ୍ଟ୍ରାଜେନେକା ଟିକାର ପ୍ରଥମ ଡୋଜ ପାକିସ୍ତାନକୁ ମାର୍ଚ୍ଚ ମଝି ସପ୍ତାହ ସୁଦ୍ଧା ମିଳିଯିବ ଓ  ବାକି ଟିକା ଜୁନ ସୁଧା ଆସିବ ବୋଲି କହିଛନ୍ତି।

   Related Posts