ବିମାନ ମାଗିକି ଆମେରିକା ଯାଇଥିଲେ ଇମ୍ରାନ, ଫେରିବା ବେଳେ ଭୋଗିଲେ ଏପରି ଦୁର୍ଦ୍ଦଶା

Published By : Prameya-News7 Bureau | September 28, 2019 IST

ନ୍ୟୁୟର୍କ: ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ଯୋଗଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାଉଦୀ ପ୍ରିନ୍ସଙ୍କ ପ୍ରାଇଭେଟ ଜେଟ୍ ମାଗିକି ନେଇଯାଇଥିଲେ। ହେଲେ ଫେରିବା ବଳେ ବିମାନ ତାଙ୍କୁ ଧୋକା ଦେଇଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର କିଛି ମିନିଟ୍ ପରେ ପାଇଲଟ ବିମାନକୁ ପୁଣି ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିବା ବେଳେ ଇମ୍ରାନଙ୍କୁ ହୋଟେଲକୁ ଫେରିବାକୁ ପଡିଥିଲା।

{"id":163976}

ଇସ୍ଲାମାବାଦ ଫେରିବା ଲାଗି ଇମ୍ରାନ ବିମାନବନ୍ଦରକୁ ଆସିଥିଲେ। ତାଙ୍କୁ ବିଦାୟ ଦେବାକୁ ଆମେରିକାରେ ପାକ୍ ରାଷ୍ଟ୍ରଦୂତ ମଲିହା ଲୋଦି ବିମାନବନ୍ଦରକୁ ଆସିଥିଲେ। ତେବେ ସେ ବିମାନ ବନ୍ଦରରୁ ବାହାରକୁ ଆସିବା ପୂର୍ବରୁ ଇମ୍ରାନଙ୍କ ବିମାନ ପୁଣି ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲା। ଏଣୁ ମଲିହା ଇମ୍ରାନ ରହୁଥିବା ହୋଟେଲକୁ ତାଙ୍କୁ ନେଇଯାଇଥିଲେ।

{"id":163977}

ବିମାନର ବୈଷୟିକ ତ୍ରୁଟି ସଜାଡିବାକୁ ଟେକ୍ନିସିଆନମାନଙ୍କୁ ଡକାଯାଇଥିଲା। ଯଦି ବିମାନ ଠିକ୍ ହୋଇ ପାରିନଥାନ୍ତା ତେବେ ଇମ୍ରାନ କମର୍ସିଆଲ ପ୍ଲେନରେ ଇସ୍ଲାମାବାଦ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଟେକ୍ନିସିଆନ ମାନେ ବିମାନର ବୈଷିୟିକ ତ୍ରୁଟି ସୁଧାରିବାରେ ସମୟ ପୂର୍ବରୁ ସଫଳ ହେବାରୁ ଇମ୍ରାନଙ୍କୁ ନେଇ ବିମାନ ଇସ୍ଲାମାବାଦ ଫେରିଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.