Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଜାତି ସଂଘରେ ଆତଙ୍କବାଦର ଜହର ଉଦଗାରିଲେ ଇମ୍ରାନ, କହିଲେ ପରିସ୍ଥିତି ଜାରି ରହିଲେ ୧୩୦ କୋଟି ମୁସଲମାନ ଧରିବେ ଅସ୍ତ୍ର

27/09/2019 at 10:32 PM

ନ୍ୟୁୟର୍କ : ଜାତିସଂଘର ୭୪ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିଶ୍ୱରେ ଇସ୍ଲାମ ଦେଶଙ୍କ ପ୍ରତି ବଢିଥିବା ଅବିଶ୍ୱାସ ନେଇ ଚିନ୍ତା ବ୍ୟକ୍ତ କରିବା ସହ କାଶ୍ମୀର ପ୍ରସଙ୍ଗ ବି ଉଠାଇଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବିଶ୍ୱରେ ୧୩୦ କୋଟି ମୁସଲମାନ ଚରମପନ୍ଥୀ ହେବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇଦେଇଛନ୍ତି।

ସେହିପରି କାଶ୍ମୀର ପ୍ରସଙ୍ଗରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିବା ପରେ ସେଠାରେ କ’ଣ ହେବ ସେ ନେଇ ମୋଦିଙ୍କର କିଛି ଧାରଣା ଅଛିକି ବୋଲି ପ୍ରଶ୍ନ ଉଠାଇଥିଲେ। କର୍ଫ୍ୟୁ ଜାରି କରି ସରକାର ଲୋକଙ୍କୁ ଘରେ ବନ୍ଦ କରି ରଖିଛନ୍ତି। କର୍ଫ୍ୟୁ ହଟିଲେ ସେଠାରେ ରକ୍ତର ନଦୀ ବହିବ ବୋଲି ଇମ୍ରାନ ସତର୍କ କରାଇଦେଇଛନ୍ତି। ପାକିସ୍ତାନକୁ ଆତଙ୍କବାଦର ଏନ୍ତୁଡିଶାଳ ବୋଲି କୁହାଯାଉଛି। ଯଦି ଏଥିରେ ୟୁଏନ ବିଶ୍ୱାସ କରୁଥାନ୍ତି ତେବେ ପାକିସ୍ତାନକୁ ଅବଜରଭର କାହିଁକି ପଠାଉ ନାହାନ୍ତି ବୋଲି ଇମ୍ରାନ ପ୍ରଶ୍ନ କରିଛନ୍ତି   ।

ତେବେ କାଶ୍ମୀରକୁ ଇମ୍ରାନ ମଜଭୁତ ପ୍ରସଙ୍ଗ କରିଥିଲେ। ସେଠାରେ ଭାରତ ସରକାର ଲୋକଙ୍କୁ ଏକପ୍ରକାର ଗୃହବନ୍ଦୀ କରିଥିବା କହିଥିବା ବେଳେ ସେଥିଲାଗି ସରକାର ପୁଲୱାମାଠାରୁ ବି ବଡ ଘଟଣା ନିୟମିତ ଦେଖିବେ ବୋଲି ସତର୍କ କରାଇଛନ୍ତି। ଏଥିଲାଗି ସରକାର ଆମ ଉପରେ ଆକ୍ରମଣ କରିବେ। ଆମ ଦେଶରେ ବୋମା ପଡିବ ବୋଲି କହିଥିଲେ।  

   Related Posts