ନିର୍ବାଚନରେ ବିଜୟ ପାଇଁ ମୋଦିଙ୍କୁ ଟେଲି ଫୋନରେ ବଧାଇ ଜଣାଇଲେ ଇମ୍ରାନ, ସବୁପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ କହିଲେ ପାକ୍ ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬।୫:   ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନରେ ବଧାଇ ଜଣାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ସୂଚନା ଦେଇଛନ୍ତି  ବୈଦେଶିକ ମନ୍ତ୍ରାଳୟ ରବିବାର । ଏହି ଆବସରରେ ହୋଇଥିବା ଆଳାପ ଆଲୋଚନାରେ ପାକ୍ ପ୍ରଧାନମନ୍ତ୍ରୀ ଉଭୟ ଦେଶର ମୈତ୍ରୀ ବୃଦ୍ଧି ପାଇଁ ମିଳିମିଶି କାମ କରିବାକୁ ନିଜର ଇଛାବ୍ୟକ୍ତ କରିଥିଲେ। ତେବେ ଆତଙ୍କବାଦ ଓ ହିଂସାମୁକ୍ତ ବାତାବରଣ ହିଁ ଉଭୟ ଦେଶର ସମୃଦ୍ଧି କରିପାରିବ ବୋଲି ପାକ୍ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ମୋଦି। 

{"id":116312}

ବିଦେଶମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଟେଲିଫୋନ କଲ ଓ ଶୁଭ କାମନା ପାଇଁ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଧନ୍ୟବାଦ ଜଣାଇବା ସହ ତାଙ୍କ ସରକାରର ‘ପଡୋସୀ ପ୍ରଥମ ନୀତି’ ସମ୍ପର୍କରେ ଆଲୋଚନା କରିଥିଲେ।  ଏହି ଅବସରରେ ମୋଦି ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ପୂର୍ବରୁ ଇମ୍ରାନଙ୍କୁ ଦେଇଥିବା ପରାମର୍ଶକୁ ମନେ ପକାଇଦେଇଥିଲେ। ତେବେ କେବଳ ପାକ୍ ପ୍ରଧାନମନ୍ତ୍ରୀ ନୁହଁନ୍ତି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ  ଓ ମାଲଦ୍ବୀପ ରାଷ୍ଟ୍ରପତି ମଧ୍ୟ ଫୋନ ମାଧ୍ୟମରେ ଦ୍ବିତୀୟବାର ସରକାର ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିବା  ବିଦେଶମନ୍ତ୍ରାଳୟ ସୂଚନା ଦେଇଛନ୍ତି। 

{"id":116314}

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇମ୍ରାନଙ୍କ ଶୁଭେଚ୍ଛା ଜଣାଇବା ପୂର୍ବରୁ ଗତ ସନ୍ଧ୍ୟାରେ ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ ଏକ ଇଫ୍ତାରରେ ଭାରତ ସହ ସମ୍ବଦ୍ଧ ସୁଧାରିବାକୁ ପାକ୍ ଏବେ ପ୍ରସ୍ତୁତ ବୋଲି କହିଥିଲେ । ପାକ୍ ରେଡିଓର ଏହି ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ କ୍ୟୁରେସୀ ମୁଲତାନରେ ଏକ ଇଫ୍ତାର ପାର୍ଟିକୁ ସମ୍ବୋଧିତ କରିବା ଅବସରରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷରୁ ଲମ୍ବିତ ସମସ୍ତ ପ୍ରସଙ୍ଗରେ ଆମେ ଆଲୋକଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲେ କ୍ୟୁରେସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.