Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

Lockdown ବାୟୁ ଗୁଣବତ୍ତାରେ ଆଣିଥିବା ସୁଧାର ହେବ ଦୀର୍ଘସ୍ଥାୟୀ-CREA

16/04/2020 at 8:47 PM

ଏକ ସମୟ ଥିଲା ଯେତେବେଳେ ଆମେ ନିଶ୍ୱାସ ପ୍ରଶ୍ୱାସରେ ଆଉ ଶୁଦ୍ଧବାୟୁ ପାଇବା କି ନା ସେ ନେଇ ସ୍ପଷ୍ଟ ଭାବେ କିଛି କହିପାରୁନଥିଲେ। ହେଲେ କୋଭିଡ-୧୯ ଲାଗି ମାର୍ଚ୍ଚ ୨୫ରୁ ଦେଶରେ ଜାରି ଲକଡାଉନ୍‌ ସବୁ ଓଲଟପାଲଟ କରିଦେଇଛି। ଲକଡାଉନର ମାତ୍ର କିଛି ଦିନରେ ଦେଶର ବାୟୁ ଗୁଣବତ୍ତା ସବୁଠୁ ଶୁଦ୍ଧତମ ସ୍ତରରେ ପହଞ୍ଚିଛି । ହେଲେ ଆମେ ଆଗକୁ ସବୁଦିନେ ଏପରି ଶୁଦ୍ଧବ୍ୟାୟୁ ପାଇବା କି ନା ସେ ନେଇ ପୁଣି ଥରେ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ସେଣ୍ଟର ଫର ରିସର୍ଚ୍ଚ ଅନ୍ ଏନର୍ଜି ଏଣ୍ଡ କ୍ଲିନ ଏୟାର (ସିଆରଇଏ)ଙ୍କ ରିପୋର୍ଟ ଏବେ ଏହା ସମ୍ଭବ ବୋଲି କହିବା ନୂଆ ଉତ୍ସାହ ସୃଷ୍ଟି କରିଛି। ହେଲେଏଥି ପାଇଁ ଆମକୁ ଶକ୍ତି , ପରିବହନ ଓ ଉତ୍ପାଦନ ଲାଗି ଫସିଲ ଫୁଏଲ ଖର୍ଚ୍ଚ ଯଦି ଲକଡାଉନ ପରେ ବି ହ୍ରାସ କରିପାରିଲେ ତେବେ ସମ୍ଭବ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଯଦି ଏହା ସମ୍ଭବ ନ ହୁଏ ତେବେ ୩ ମଇ ପରେ ଆମେ ପୁଣି ସେହି ଦିନକୁ ଫେରିଯିବା ଯେଉଁଠି ଆମେ ନିଶ୍ୱାସ ନେବାକୁ ପବନ ବି ପାଉନଥିଲେ ବୋଲି କୁହାଯାଇଛି। 

ଲକଡାଉନ ଯୋଗୁ ଆମକୁ ଏ ଦିଗରେ ଅଧିକ ଜାଣିବାର ସୁଯୋଗ ମିଳିଛି। ତେବେ ଏଥିଲାଗି ଆଉଥରେ ଏପରି କଠିନ ନିଷ୍ପତ୍ତି ନେବାର କୌଣସି ଆବଶ୍ୟକତା ନାହିଁ ବୋଲି ସିଆରଇଏ ରିପୋର୍ଟରେ କହିଥିବା ବେଳେ ଏଥିଲାଗି ଉତ୍ସରେ ନିର୍ଗମନ ନିୟନ୍ତ୍ରଣ କରିପାରିଲେ  ସବୁଦିନ ନିଶ୍ୱାସ ଯୋଗ୍ୟ ବାୟୁ ଆମ ଲାଗି ସୁଲଭ ହେବ। ଯାହାଦ୍ୱାରା ଦେଶର ନାଗରିକଙ୍କ ନିଶ୍ୱାସ, ପ୍ରଶ୍ୱାସ ଓ ବଞ୍ଚିବାର ମୌଳିକ ଅଧିକାର ଆମେ ପୁଣି ନିଶ୍ଚିତ କରିପାରିବା ବୋଲି ସିଆରିଇଏ କହିଛନ୍ତି।

ଲକଡାଉନର ପ୍ରଥମ ୨ ସପ୍ତାହରେ ହିଁ ବାୟୁରେ ଶୁଦ୍ଧତା ବୃଦ୍ଧିର ପ୍ରମାଣ ମିଳିବାରେ ଲାଗିଥିଲା ବୋଲି ସିଆରଇଏ ରିପୋର୍ଟରେ କହିଛନ୍ତି। ବାୟୁରେ ଭରି ରହିଥିବା ପ୍ରଚୁର ନାଇଟ୍ରୋଜେନ ଡାଇଅକ୍ସାଇଡ (NO2)ର ସ୍ତର ହ୍ରାସ ହେବାରେ ଲାଗିଥିଲା। ଫଳରେ ଆମେ ସଫା ଆକାଶ ଦେଖିପାରିବା ସହ ନିଶ୍ୱାସପ୍ରଶ୍ୱାସ ଲାଗି ଶୁଦ୍ଧ ବାୟୁ ମଧ୍ୟ ପାଇଥିଲେ। ଏଥିରୁ NO2 ହିଁ ଭୟାନକ PM2ର ପ୍ରମୁଖ ଯୌଗିକ ବୋଲି ଆମେ ଜାଣିବାକୁ ପାଇଲେ। ଯାହା ଲୋକଙ୍କ ଠାରେ ନିଶ୍ୱାସପ୍ରଶ୍ୱା ଜନିତ ସମସ୍ୟା ସୃଷ୍ଟି କରୁଥିଲା ବୋଲି ସିଆରଇଏ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ତେବେ ଲକଡାଉନ ଯୋଗୁ ପରିବହନ ଓ ଶକ୍ତି କ୍ଷେତ୍ରରେ ଅଚାନକ ଇନ୍ଧନ ଖର୍ଚ୍ଚ ହ୍ରାସ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏଥିରେ କୋଇଲା ଖନନ ହ୍ରାସ ହେବା ସହ ସାଧାରଣ ଚାହିଦା ବି ହ୍ରାସ ହୋଇଥିଲା। ଏଣୁ ସବୁଦିନ ଯଦି ଆମେ ଶୁଦ୍ଧ ବାୟୁ ପାଇବା ଦରକାର ତେବେ ଆମକୁ ପ୍ରଥମେ ଅର୍ଥନୀତିର ଇନ୍ଧନ ନିର୍ଭରଶୀଳତାରେ ପରିବର୍ତ୍ତନ ଆଣିବାକୁ ପଡିବ।  ପରିବହନରୁ ଉଦ୍ୟୋଗ ପର୍ଯ୍ୟନ୍ତ ଯଦି ଆମେ ଶୁଦ୍ଧ ଶକ୍ତି ଉପଯୋଗ କରିପାରିବା ତେବେ ଏହା ସମ୍ଭବ ହୋଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ସବୁଠୁ ବଡ କଥା ହେଲା ଉତ୍ସର୍ଜନ ହ୍ରାସ କରି ପ୍ରଦୂଷଣ ସ୍ତର ନିୟନ୍ତ୍ରିତ କରାଯାଇପାରିବ ବୋଲି ପ୍ରଥମ ଥର ଲକଡାଉନରୁ ଶିକ୍ଷା ମିଳିଥିବା ସିଆରଇଏ ରିପୋର୍ଟରେ ଦର୍ଶାଇଛନ୍ତି।

   Related Posts