BSNL ଓ MTNL କୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତପୂର୍ଣ୍ଣ ବୈଠକ, ୪/୫ ଦିନ ମଧ୍ୟରେ ନିଆଯାଇପାରେ ନିଷ୍ପତ୍ତି …

Published By : Prameya-News7 Bureau | September 27, 2019 IST

ନୂଆଦିଲ୍ଲୀ୨୭|୯: ସାର୍ବଜନୀନ ଦୂରସଂଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(BSNL) ଓ ମହାନଗର ଟେଲିକମ ନିଗମ ଲିମିଟେଡ୍‌(MTNL )ର ଭବିଷ୍ୟତ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।  ବିଏସଏନଏଲ ଓ ଏମଟିଏନଏଲ ଦୁଇଟି କମ୍ପାନୀର ରିଭାଇଭଲ ହେବ କି ନାହିଁ ଏ ନେଇ ଆଲୋଚନା ହୋଇଛି।

ବୈଠକରେ ବିଏସଏନଏଲ ଓ ଏମଟିଏନଏଲ ଟେଲିକମ କମ୍ପାନୀ ଦୁଇଟିର ପୂନରୁଦ୍ଧାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪/୫ ଦିନ ଲାଗି ସମୟ ଦିଆଯାଇଛି। ସଚିବଙ୍କ କମିଟି ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦିଆଯାଇଛି। 

ବିଏସଏନଏଲ ଓ ଏମଟିଏନଏଲ ପୁଣି ଥରେ ସକ୍ରିୟ ହେଉଛି କି ନାହିଁ କମିଟିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। କମିଟି ଯଦି ମଞ୍ଜୁରୀ ପ୍ରଦାନ କରନ୍ତି ତେବେ କେନ୍ଦ୍ର ସରକାର ଏଥିଲାଗି ଫର୍ମୂଲା ବାହାର କରିବେ। ଏହି ଦୁଇ ସାର୍ବଜନୀନ କମ୍ପାନୀ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଘଣ୍ଟାଧରି ଆଲୋଚନା ଚାଲିଥିଲା। ଏହି ଦୁଇଟି ସାର୍ବଜନୀନ କମ୍ପାନୀକୁ ରିଭାଇଭ କରିବା ଲାଗି କମିଟି ନିଷ୍ପତ୍ତି ନିଆଯାଏ ତେବେ ଦୁଇଟି କମ୍ପାନୀର କର୍ମଚାରୀଙ୍କୁ ହଟାଇବାକୁ ପଡିବ। ସେଥିଲାଗି ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟର ବିକଳ୍ପ କର୍ମଚାରୀଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ, ପ୍ରାଇଭେଟ କମ୍ପାନୀଠାରୁ ବିଏସଏନଏଲ କର୍ମଚାରୀ ବହୁ ଗୁଣରେ ଅଧିକ ବେତନରେ ନିଯୁକ୍ତ ହୋଇଛନ୍ତି। ଏବେ ବିଏସଏନଏଲରେ ପାଖାପାଖି ୧.୬୩ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ଦରମା ବାବଦେ ବିଏସଏନଏଲକୁ ଅଧିକ ବ୍ୟୟ କରିବାକୁ ପଡୁଛି।  ସେହିପରି ଏମଟିଏନଏଲରେ ୨୨ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଦୁଇଟି କମ୍ପାନୀର କର୍ମଚାରୀଙ୍କୁ ଭିଆରଏସ ପ୍ୟାକେଜ ଲାଗି ୮ ହଜାର କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ,  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ସମେତ ଟେଲିକମ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଓ ନୀତି ଆୟୋଗର ତମାମ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପ୍ରସଙ୍ଗ ଉପରେ ୪/୫ ଦିନ ଭିତରେ  ନିଷ୍ପତ୍ତି ଶୁଣାଇବେ ବୋଲି ସଚିବଙ୍କ କମିଟି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.