Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାଧେ ଘରୁ ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ : ବ୍ୟାଗ୍‌ରେ ଥିଲା ନୂଆ ଡ୍ରେସ୍, ମୋବାଇଲ୍ ଓ ଚାର୍ଜର

22/10/2021 at 10:58 AM

କଳାହାଣ୍ଡି ୨୨।୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡି ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମିଳିଛି । କେଗାଁ ପୋଲିସ ଦ୍ବାରା ରାଧେ ଘରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି ।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ । ଗୁରୁବାର ରାଧେକୁ ଗିରଫ କରିଥିଲା କେଗାଁ ଥାନା ପୋଲିସ । ମମିତା ମେହେର ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡିଙ୍କ ସ୍ତ୍ରୀ ଆଶା ଚଣ୍ଡି ଘରୁ ଏକ ବ୍ୟାଗ୍ ପାଇ କେଗାଁ ପୋଲିସକୁ ଦେଇଥିବା ପ୍ରକାଶ କରିଛନ୍ତି। ଏକ ବ୍ୟାଗ୍ ରେ ନୂଆ ଡ୍ରେସ୍ ଓ ଏକ ମୋବାଇଲ୍ ଫୋନ୍, ଏକ ଚାର୍ଜର ଥିବା ଆଶା ଦେଖିବାକୁ ପାଇଥିଲେ। ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାକୁ ଅପେକ୍ଷା କରିଥିବା ବେଳେ କେଗାଁ ପୋଲିସ ନେଇଥିବା ସେ ପ୍ରକାଶ କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣାର ଚାଲିଛି ତନାଘନା ।  ରାଧେ ଏବଂ ଗୋବିନ୍ଦଙ୍କୁ ଧରି ଜାରି ରହିଛି ଛାନଭିନ୍। ଗୋବିନ୍ଦ ସାହୁଙ୍କୁ ସିନ୍ଧେକେଲା ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି।  ନିଜେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି କୁସଲକର ନୀତିନି ଡାଗଡୁଙ୍କ ତତ୍ତ୍ବାବଧାନରେ ମାମଲାର ପୂରା ତଦନ୍ତ ଚାଲିଛି । ଉଭୟ ମହାଲିଙ୍ଗ୍ ଖେଳପଡିଆ ଯାଇ ସ୍ପଟ୍ ଭେରିଫିକେଶନ କରିଛନ୍ତି । ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା ସହ କଳାହାଣ୍ଡିର ଯେଉଁ ସବୁ ସ୍ଥାନକୁ ଗୋବିନ୍ଦ ମମିତାଙ୍କୁ ନେଇକି ଯାଇଥିଲା ସେହି ସ୍ଥାନକୁ ଯାଇଛନ୍ତି ପୋଲିସ ଟିମ୍ । ପ୍ରଥମେ ମହାଲିଙ୍ଗରେ ପହଞ୍ଚିଥିଲେ ଉତ୍ତରାଞ୍ଚଳ ଡ଼ିଆଇଜି ଓ ଏସପି । ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲା ପରେ ଗୋବିନ୍ଦ ଯାହା ସବୁ କହିଛି ସେସବୁ ସତ ନା ନାହିଁ , ତାହା ତଦନ୍ତ କରିବା ପାଇଁ ସେସବୁ ସ୍ଥାନରେ ଅନୁଧ୍ୟାନ କରାଯାଇଛି। ସନସାଇନ୍ ସ୍କୁଲ ହଷ୍ଟେଲରେ ଡିଆଇଜି ପହଞ୍ଚି ତଦନ୍ତ କରିଛନ୍ତି। ଅଧିକ ତଦନ୍ତ ପାଇଁ ମହାଲିଙ୍ଗ ଖେଳ ପଡିଆକୁ ଆଉ ଥରେ ଖୋଳାଯାଇ ସାଇଣ୍ଟିଫିକ୍ ଟିମ୍‌ ତଦନ୍ତ କରିଛି । ସନସାଇନ୍ ସ୍କୁଲ୍‌  ଓ କଲେଜରେ ମିଳିଥିବା ଅନୁଦାନ ସଂକ୍ରାନ୍ତରେ ଗୋଲମୁଣ୍ଡା ବିଡିଓ ଓ ତହସିଲଦାରଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

ସେପଟେ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଭୋର ୪ଟା ୧୫ମିନିଟରେ ମହାଲିଙ୍ଗ୍ ଖେଳ ପଡିଆରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ କୁସଲକର ନୀତିନ ଡାଗଡୁଙ୍କ ଉପସ୍ଥିତିରେ କ୍ରାଇମ୍ ସିନ୍ ରିକ୍ରେଏସନ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀରରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା, କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ସିନ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତଦେହ ଉଦ୍ଧାର ସ୍ଥାନରେ ଫୋରେନସିକର ୩ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି। ସକାଳୁ ଲୋକ ଉଠିବା ପୂର୍ବରୁ ପୋଲିସ କ୍ରାଇମ୍ ରିକ୍ରିଏସନ ସାରି ଗୋବିନ୍ଦଙ୍କୁ ସିନ୍ଧେକେଲା ଥାନା ନେଇଛି।

   Related Posts