NDPS ଆକ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ କହିଛନ୍ତି କୋର୍ଟ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦:  ସୁପ୍ରିମକୋର୍ଟ ଗୁରୁବାର ନାରକୋଟିକ୍ସ ଡ୍ରଗସ୍ ଏଣ୍ଡ ସାଇକୋଟ୍ରପିକ୍‌ ସବଷ୍ଟାନ୍ସ (ଏନଡିପିଏସ୍) ଆକ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ ଏନଡିପିଏସ୍ ଆକ୍ଟରେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କ ବୟାନ ଗ୍ରହଣୀୟ ପ୍ରମାଣ ନୁହେଁ । ଏଣୁ ବୟାନକୁ ନେଇ କୌଣସି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ୩ ସଦସୀୟ ଖଣ୍ଡପୀଟ ସଂଖ୍ୟାଗରିଷ୍ଠତା ଆଧାରରେ ଦେଇଥିବା ରାୟରେ ଏହା କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନର ଧାରା ୫୩ରେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି (କନଫେସନ)କୁ ଆକସେପ୍ଟେବଲ ଷ୍ଟେଟ୍‌ମେଣ୍ଟ ବୋଲି ବୁଝା ଯାଇପାରିବନି। ଏଣୁ ଅପରାଧ ଲାଗି ସ୍ୱୀକାରୋକ୍ତି ବୟାନ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବନି। ତିନି ସଦସୀୟ ଖଣ୍ଟପୀଠ ୨:୧ ବହୁମତରେ ଏହି ରାୟ ଦେଇଛନ୍ତି।

ସାରା ଦେଶରେ ଆଣ୍ଟି ନାରକୋଟିକ୍ସ ବ୍ୟୁରୋ (ଏନସିବି) ଛୋଟ ବଡ ଡ୍ରଗ ପେଡଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି।  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁ ପଛରେ ଡ୍ରଗସ୍ କାଣ୍ଡ ସାମ୍ନାକୁ ଆସିଛି। ଏଣୁ ଏନସିବି ଏବେ ବଲିଉଡ ସମ୍ପର୍କିତ ଲୋକଙ୍କୁ ମାମଲାରେ ପଚରା ଉଚରା  କରିବା ସହ ଗିରଫ ମଧ୍ୟ କରୁଛି। ଏନସିବି ଗତ ମାସରେ ଅଭିନେତ୍ରୀ ଦୀପିକା, ସାରା ଅଲ୍ଲି ଖାନ୍‌, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହ ଆଦିଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.